ଉତପାତିଆ ଗଣିଲେ ତଣ୍ଡ

ଭୁବନେଶ୍ବର: ସୁପ୍ରିମକୋର୍ଟର କଡ଼ା ନିୟମକୁ ଉଲ୍ଲଂଘନ କରି ରାଜଧାନୀ ଭୁବନେଶ୍ବରରେ ୨୪୭ଜଣ ଦଣ୍ଡିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 230ଜଣଙ୍କ ଠାରୁ ପୋଲିସ ଜୋରିମାନା ସ୍ବରୁପ ଲକ୍ଷେ 15 ହଜାର ଟଙ୍କା ଆଦାୟ କରିଛି। ଏହାସହ 140 ନିୟମ ଉଲଙ୍ଘନକାରୀଙ୍କ ନାମକୁ କୋର୍ଟରେ ଉପସ୍ଥାପନା କରାଯାଇଛି।

ସୁପ୍ରିମ୍କୋର୍ଟଙ୍କ ସ୍ବତନ୍ତ୍ର କଟକଣା ପରେ କଟକ ଓ ଭୁବନେଶ୍ବରରେ ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ କମିଶନରେଟ୍ ପୁଲିସ୍ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ଏପରିକି ନିୟମ ପାଳନ କରିବାକୁ ମାଇକ ଓ ବିଭିନ୍ନ ସୋସିଆଲ ମିଡିଆ ଜରିଆରେ ସଚେତନତା କରାଯାଇଥିଲା, କିନ୍ତୁ ବହୁ ଲୋକ ଏହି ନିର୍ଦ୍ଦେଶକୁ ଅବମାନନା କରି ମନଇଚ୍ଛା ବାଣ ଫୁଟାଇଥିଲେ। ଏଣୁ ଧାର୍ଯ୍ୟ ସମୟ ବାଦେ ବାଣ ଫୁଟାଉଥିବା ଲୋକଙ୍କ ଉପରେ କମିଶନରେଟ ପୋଲିସ ଶକ୍ତ ନଜର ରଖି ଏକ ଲିଷ୍ଟ ପ୍ରସ୍ତୁତ କରିଥିଲା। ପରେ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରିଛି। ଏହାସହ 140ଜଣଙ୍କ ନାମକୁ କୋର୍ଟରେ ସୁପାରିଶ କରିଛି।

ଏମାନଙ୍କ ମଧ୍ୟରୁ 230 ଜଣଙ୍କଠୁ ଅର୍ବାନ ପୋଲିସ ଆକ୍ଟ ୨୦୦୩ ଅନୁଯାୟୀ 1ଲକ୍ଷ 15ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି। ଏହାସହ ଫାୟାର ଓ୍ବାର୍କସ ଲାଉଡସ୍ପିକର ରେଗୁଲେସନ ଆକ୍ଟ 1958ରେ ୧୪୦ ଜଣଙ୍କ ନାମକୁ ପୋଲିସ କୋର୍ଟରେ ସୁପାରିସ କରିଛି ।

ଭୁବନେଶ୍ବରର ୧୨୧ଜଣଙ୍କ ନାଁକୁ କୋର୍ଟରେ ସୁପାରିସ କରିଥିବାବେଳେ 126ଜଣଙ୍କ ଠାରୁ 63 ହଜାର ଟଙ୍କା ଓ କଟକରେ ୧୯ ଜଣଙ୍କ ନାଁକୁ କୋର୍ଟରେ ସୁପାରିସ କରାଯାଇଥିବାବେଳେ 104ଜଣଙ୍କ ଠାରୁ 52 ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି।

Related Posts