91ରେ ବିଜେପିର ଭୀଷ୍ମପୀତାମହ

ନୂଆଦିଲ୍ଲୀ: ୯୧ ବର୍ଷରେ ପାଦ ଥାପିଛନ୍ତି ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳ ତାଙ୍କୁ ଜନ୍ମଦିନରେ ଶୁଭକାମନା ଜଣାଇଛନ୍ତି । ଗାନ୍ଧୀନଗରରୁ ସାଂସଦ ଥିବା ଏହି ବରିଷ୍ଠ ନେତା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଜନୈତିକ ଗୁରୁ । ତାଙ୍କ ପାଇଁ ସେ ଜଣେ ବିଜେପିର କାର୍ଯ୍ୟକର୍ତାରୁ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ବିଜେପି ଯେତେବେଳେ ଜନସଂଘ ଥିଲା ସେତେବେଳେ ଏହି ଜନସଂଘକୁ ବିଜେପିରେ ପରିଣତ କରିବାରେ ଆଡଭାନୀଙ୍କ ଭୂମିକା ସବୁବେଳେ ଚିରସ୍ମରଣୀୟ । ଦେଶର ଏହି ଷ୍ଟଲଓ୍ବାର୍ଟ ନେତାଙ୍କ ଜନ୍ମ ପାକିସ୍ତାନର କରାଚିରେ ହୋଇଥିଲା ।

ଗୃହମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଲକ୍ଷଲକ୍ଷ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ତରଫରୁ ଶୁଭକାମନା ଦେଇଛନ୍ତି ରାଜନାଥ। ବିଜେପି କାର୍ଯ୍ୟକର୍ତ୍ତାଙ୍କ ପାଇଁ ସେ ସର୍ବଦା ପ୍ରେରଣାର ଉତ୍ସ ବୋଲି ସମ୍ବୋଧନ କରିଛନ୍ତି ରାଜନାଥ। ସେହିପରି ଭାରତୀୟ ଜନତା ପାର୍ଟିର ଶିଖର ପୁରୁଷ ଭାବେ ଆଡଭାନୀଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ।

ଶୁଭକାମନା ତାଲିକାରେ ସାମିଲ ହୋଇଛନ୍ତି ପଶ୍ଚିମବଙ୍ଗ ଓ ଆସାମ ମୁଖ୍ୟମନ୍ତ୍ରୀ। ସୁସ୍ଥ ଓ ଦୀର୍ଘାୟୁ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ଓ ସର୍ବାନନ୍ଦ ସୋନୋୱାଲ।

Related Posts