ସାଉଦି ଆରବର ‘ଅଲ୍‌ ନାସାର’ କ୍ଲବ ପାଇଁ ଖେଳିବେ କ୍ରିଷ୍ଟ୍ରିଆନୋ ରୋନାଲ୍ଡୋ; ୧୭୦୦ କୋଟିରୁ ଅଧିକ ଟଙ୍କାରେ ଡିଲ୍‌ !

ଭୁବନେଶ୍ୱର,୩୧/୧୨(ସତ୍ୟପାଠ ବ୍ୟୁରୋ): ନୂଆ କ୍ଲବରେ ଯୋଗ ଦେଲେ ଷ୍ଟାର ଫୁଟବଲର କ୍ରିଷ୍ଟାଆନୋ ରୋନାଲ୍ଡୋ । ପର୍ତ୍ତୁଗାଲର ଏହି ଷ୍ଟାର ଖେଳାଳି ସାଉଦି ଆରବର ଅଲ୍‌ ନାସାର ଫୁଟବଲ୍‌ କ୍ଲବ ସହିତ ନୂତନ ଚୁକ୍ତି କରିଛନ୍ତି । ଯାହାକି ଫୁଟବଲ୍‌ ଇତିହାସରେ ସବୁଠୁ ଅଧିକ ଟଙ୍କାର ଡିଲ୍‌ ବୋଲି ଆକଳନ କରାଯାଉଛି । ଏଣିକି ରୋନାଲ୍ଡୋଙ୍କୁ ଫୁଟବଲ୍ ମଇଦାନରେ ନୂଆ ଜର୍ସିରେ ଦେଖିବାକୁ ମିଳିବ ।

ଖବର ଅନୁଯାୟୀ, ମାଞ୍ଚଷ୍ଟେର ୟୁନାଇଟାଡେ୍‌ ସହିତ ଚୁକ୍ତି ଶେଷରେ ଏହି ମହାନ୍‌ ଖେଳାଳି ସାଉଦି ଆରବର ଅଲ୍‌ ନାସାର କ୍ଲବ ସହିତ ଯୋଗଦାନ କରିଛନ୍ତି । ଶୁକ୍ରବାର ଏନେଇ ବିଧିବଦ୍ଧ ଭାବେ ଘୋଷଣା ବି ହୋଇଛି । କ୍ଲବ ଓ ରୋନାଲ୍ଡୋଙ୍କ ମଧ୍ୟରେ ୧୭୦୦ କୋଟି (୨୦୦ମିଲିୟନ୍‌ ୟୁରୋ)ରୁ ଅଧିକ ଟଙ୍କାରେ ଡିଲ୍‌ ଫାଇନାଲ୍‌ ହୋଇଛି ବୋଲି ଅନୁମାନ କରାଯାଉଛି ।

ଶୁକ୍ରବାର ବିଳମ୍ବିତ ରାତିରେ ଅଲ୍‌ ନାସାର କ୍ଲବ ପକ୍ଷରୁ ଏକ ଟ୍ୱିଟ୍‌ କରାଯାଇଛି । ଯେଉଁଥିରେ କ୍ରିଷ୍ଟ୍ରିଆନୋଡ ରୋନାଲ୍ଡୋ ନୂଆ ଜର୍ସି ଧରିଥିବାର ନଜର ଆସିଛନ୍ତି । ଅଲ୍‌ ନାସାର କ୍ଲବ ପକ୍ଷରୁ, ରୋନାଲ୍ଡୋଙ୍କୁ ଧନ୍ୟବାଦ ଜଣାଯାଇଛି । ସେ କହିଛନ୍ତି ଯେ, ଏହା ଆମ ପାଇଁ ଐତିହାସିକ ନିଷ୍ପତ୍ତି । ଆମର ଆଗାମୀ ପିଢି ଏହାକୁ ସର୍ବାଦ ମନେ ରଖିବ । ରୋନାଲ୍ଡୋ ଅନେକ ପାଇଁ ପ୍ରେରଣା ।

ରୋନାଲ୍ଡଙ୍କୁ ଏବେ ୩୭ ବର୍ଷ । ସେ ୨୦୨୫ ପର୍ଯ୍ୟନ୍ତ ଅଲ୍‌ ନାସାର କ୍ଲବ ସହିତ ଡିଲ୍‌ କରିଛନ୍ତି । ମାନେ କହିବାକୁ ଗଲେ, ରୋନାଲ୍ଡୋ ୪୦ ବର୍ଷ ପର୍ଯ୍ୟନ୍ତ ଫୁବଟଲ୍‌ ଖେଳାଳି ଭାବେ ମଇଦାନରେ ନିଜର ଜଲଓ୍ୱା ଦେଖାଇବେ । ଏହା ତାଙ୍କ କ୍ୟାରିୟର ଶେଷ ଡିଲ୍‌ ବୋଲି ଚର୍ଚ୍ଚା ବି ହେଉଛି । ତେବେ ଏହି ଅଲ୍‌ ନାସର କ୍ଲବ ୯ ଥର ସାଉଦି ଆରବ ଲିଗ୍‌ ଖେଳିସାରିଛି । ଶେଷ ଥର ପାଇଁ ୨୦୧୯ରେ ଅଲ୍‌ ନାସିର ଚମ୍ପିଆନ୍‌ ହୋଇଥିଲା ।

ସେହିପରି ନୂଆ କ୍ଲବରେ ଯୋଗଦାନରେ ମୁହଁ ଖୋଲିଛନ୍ତି ରୋନାଲ୍ଡୋ । ସେ କହିଛନ୍ତି ଯେ, ଆଉ ଏକ ନୂଆ କ୍ଲବ ଏବଂ ନୂଆ ଦେଶରେ ଫୁଟବଲ୍‌ ଲିଗ୍‌ ଖେଳିବାକୁ ମୁଁ ବେଶ୍‌ ଉତ୍ସାହ ଅଛି । ଅଲ୍‌ ନାସାର କ୍ଲବ ଯେଉଁଭଳି ଭାବେ ପରିଚାଳିତ ହେଉଛି । ତାହା ପ୍ରତି ମୁଁ ବେଶ୍‌ ଆକୃଷ୍ଟ ରହିଛି । ନୂଆ ସାଥୀଙ୍କ ସହିତ ମିଶି ଖେଳିବାରେ ବି ବେଶ୍‌ ମଜା ଆସିବ । ସମସ୍ତ ମିଶି ଟିମ୍‌ରେ ବଡ଼ ସଫଳତା ଦେଇପାରିବେ ।

Related Posts