ନକଲି ସାମଗ୍ରୀ ପରେ ଏବେ ଅପମିଶ୍ରିତ ସର୍ବତ ଓ ଲସିକୁ ନେଇ ଚର୍ଚାରେ କଟକ: ସିଏମ୍‌ସି ପକ୍ଷରୁ ଚଢ଼ଉ

କଟକ : ନକଲି ସାମଗ୍ରୀର ପେଣ୍ଠସ୍ଥଳି କଟକ | ଅନେକ ସମୟରେ ନକଲି ସାମଗ୍ରୀ ଜବତ ହେଉଥିବେ ବେଳେ, ଏବେ ଅପମିଶ୍ରିତ ସର୍ବତ ଓ ଲସି ବିକ୍ରି ହେଉଥିବା ନେଇ ଚର୍ଚା ଜୋର ଧରିଛି | ଯେଉଁଥିପାଇଁ ଆଜି କଟକ ମହାନଗର ନିଗମ(ସିଏମ୍‌ସି) ସ୍ୱାସ୍ଥ୍ୟ ବିଭାଗ ବିଭିନ୍ନ ଲସି ଓ ସର୍ବତ ଦୋକାନରେ ଚଢ଼ଉ କରିଛି। ଚଢ଼ଉ ସମୟରେ ଅନେକ ଦୋକାନରୁ ଅପମିଶ୍ରିତ ସର୍ବତ ଓ ଲସି ନଷ୍ଟ କରିଥିଲା ସ୍ୱାସ୍ଥ୍ୟ ବିଭାଗ। ଏହାଛଡ଼ା ଦହି, ରାବିଡ଼ି ଓ ରାସାୟନିକ ଏସେନ୍ସର ମାନ ମଧ୍ୟ ଯାଞ୍ଚ କରିଥିଲା ସ୍ଵାସ୍ଥ୍ୟ ବିଭାଗ। ଅନ୍ୟପକ୍ଷରେ କେତେକ ଫାଷ୍ଟଫୁଡ୍‌ ଦୋକାନରେ ଚଢ଼ଉ କରି ବହୁ ପରିମାଣରେ ବାସୀ ଖାଦ୍ୟକୁ ଜବତ କରାଯାଇ ଥିଲା ସିଏମ୍‌ସି ସ୍ୱାସ୍ଥ୍ୟ ବିଭାଗ।

ଗତ କିଛି ଦିନ ହେଲା କଟକ ମହାନଗର ଅଞ୍ଚଳରୁ ଧରା ପଡ଼ୁଛି ନକଲି ସାମଗ୍ରୀ। କେତେବେଳେ ଲଙ୍କା ଗୁଣ୍ଡ ତ ଆଉ କେତେବେଳେ ହଳଦୀ ଗୁଣ୍ଡ ଓ ସିମେଣ୍ଟ। ସତେ ଯେମିତି ଲାଗୁଛି ସବୁ ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ! ସିଏମ୍‌ସି ସ୍ୱାସ୍ଥ୍ୟ ବିଭାଗ ଓ କମିଶନରେଟ୍‌ ପୁଲିସ୍‌ ବିଭିନ୍ନ ସମୟରେ ଚଢ଼ଉ କରି ନକଲି ସାମଗ୍ରୀକୁ ନଷ୍ଟ କରୁଥିବା ଦେଖିବାକୁ ଆଜି ଲସି ଓ ସର୍ବତ ଦୋକାନରେ ଚଢ଼ଉ କରି ନଷ୍ଟ କରିଛି। ଅଧିକ ଲାଭବାନ ହେବା ଆଶାରେ ନକଲି ଓ ଅପମିଶ୍ରିତ ସାମଗ୍ରୀ ବିକ୍ରି କରୁଛନ୍ତି |

Related Posts