ଗୋଟିଏ ଦିନ ପାଇଁ ବଢିଲା କଟକର ଐତିହାସିକ ବାଲିଯାତ୍ରା

କଟକ : ବଢିଲା କଟକର ଐତିହାସିକ ବାଲିଯାତ୍ରା ।ଗୋଟିଏ ଦିନ ପାଇଁ ବଢିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି । ଆସନ୍ତାକାଲି ଅର୍ଥାତ୍ ବୁଧାବର ସରିଥାନ୍ତା ବାଲିଯାତ୍ରା । ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଚାଲିବ ଏହି ଯାତ୍ରା । ଏନେଇ ସୂଚନା ଦେଇଛନ୍ତି ସିଏମ୍‌ସି ମେୟର ସୁବାସ ସିଂହ ।

ବାଲିଯାତ୍ରା ବୁଲିବାରେ ଲୋକଙ୍କ ଆଗ୍ରହ, ଉତ୍ସାହକୁ ଦୃଷ୍ଟିରେ ରଖି ଯାତ୍ରାର ଅବଧିକୁ ଆଉ ଦୁଇ ଦିନ ବଢ଼ାଇବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା କଟକ ମହାନଗର ନିଗମ (ସିଏମ୍‌ସି) । ଏନେଇ ସୋମବାର ସିଏମ୍‌ସିର ସ୍ୱତନ୍ତ୍ର ବରାଦି ବୈଠକରେ ଆଲୋଚନା ପରେ ନିଗମ ପକ୍ଷରୁ ସରକାରଙ୍କୁ ବିଧିବଦ୍ଧ ପ୍ରସ୍ତାବ ଦେଇ ଚିଠି ଲେଖାଯାଇଥିଲା । ଫଳରେ ବାଲିଯାତ୍ରା ଆଉ ଦୁଇଦିନ ବଢ଼ିବା ନେଇ ଆଶା ସଂଚାର ହୋଇଥିଲା । ହେଲେ ସରକାର ଦିନେ ବଢାଇବାକୁ ଦେଇଛନ୍ତି ଅନୁମୋଦନ ।

ସୂଚନା ଥାଉକି ଗତ ୮ତାରିଖ କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥିଲା ରାଜ୍ୟସ୍ତରୀୟ ବାଲିଯାତ୍ରା ମହୋତ୍ସବ । ଦୁଇ ବର୍ଷ ପରେ ବାଲିଯାତ୍ରା ହେଉଥିବାରୁ ଏବଂ ଏଥର ବାଲିଯାତ୍ରାର ନବକଳେବର କରାଯାଇଥିବାରୁ ଲୋକଙ୍କ ଭିତରେ ଉତ୍ସାହ ବୃଦ୍ଧି ପାଇଛି

Related Posts