ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ କଟକ ମେୟର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ କଟକ ମେୟର । ଇସ୍ତଫା ଦେବା ପରେ କଟକ ମେୟର ସୁବାସ ସିଂହ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । । ତେବେ ମୁଁ ଗୋଟିଏ ପଦବିରେ ରହି କାମ କରିବି। କଟକର ମେୟର ଭାବରେ ରହି କାମ କରିବି। ରାଜ୍ୟସଭା ସାଂସଦ ପଦବିରେ ରହି ଗତ ଦୁଇବର୍ଷ ମଧ୍ୟରେ ଓଡ଼ିଶାର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରାଜ୍ୟସଭାରେ ଉପସ୍ଥାପନ କରିବାକୁ ଉଦ୍ୟମ କରିଛି।

ଭାରତବର୍ଷରେ କିଭଳି ନଦୀ ଏବଂ ଜଙ୍ଗଲ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାରେ ଲାଗିଛି ସେନେଇ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରାଜ୍ୟସଭାରେ ଉପସ୍ଥାପନ କରିଛି। ଯାହା ଏବେ ଆଇନଗତ ଦିଗକୁ ଯାଉଛି ବୋଲି କଟକ ମେୟର କହିଛନ୍ତି । ସେପଟେ କଟକ ମହାନଗର ନିଗମ ମେୟର ନିର୍ବାଚନରେ ବିଜେଡି ପ୍ରାର୍ଥୀ ସୁବାସ ସିଂହ ୧, ୧୩, ୫୬୨ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିଲେ। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ୬୮, ୩୫୬ ଖଣ୍ଡ ଭୋଟ ପାଇଥିଲେ। ସେହିପରି ବିଜେପି ପ୍ରାର୍ଥୀ ଶ୍ରୀତମ ଦାସଙ୍କୁ ୪୯,୨୨୩ ଖଣ୍ଡ ଭୋଟ ମିଳିଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts