ସୋମବାର ଠାରୁ କଟକରେ ନୂଆ କଟକଣା

wer

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କରୋନୋ ସଂକ୍ରମଣ ଟୁଇନ୍ସିଟି ରେ ଦୃତ ଗତିରେ ବୃଦ୍ଧି ପାଉଥିବାରୁ କଟକରେ ଅଉଥରେ କଟକଣା ଜାରିକରା ଯାଇଛି । କରୋନା ସଂକ୍ରମଣକୁ ଦେଖି ଆସନ୍ତା ସୋମବାର ଠାରୁ କଟକରେ ସାନି କଟକଣା ଲଗାଯାଇଛି । ସହରର ସବୁ ଦୋକାନ ବଜାର ଦିନ ୨ ଟା ପରେ ବନ୍ଦରହିବ । ଏହି କଟକଣାଟି ଆଗାମି ୧୫ ଦିନ ପ୍ରର୍ଯ୍ୟନ୍ତ ବଳତ୍ତରହିବ । କେବଳ ଔଷଧ ଦୋକାନ ବ୍ୟତିତ ଅନ୍ୟ ସବୁ ଦୋକାନ ଗୁଡିକୁ ବନ୍ଦ କରିବାକୁ ନିସ୍ପତି ନିଆଯାଇଛି । ଏହି ସମୟରେ ଛତ୍ରବଜାର , ମାଲଗୋଦାମ ବନ୍ଦ ରହିବ କେବଳ ଲୋଡିଂ ଓ ଅନଲୋଡିଂ ଛାଡି । ଦିନ ୨ ରୁ ବନ୍ଦ ନେଇ ବିଭିନ୍ନ ବଜାର କମିଟ ପଷରୁ ନିଷ୍ପତି ନିଆଯାଇଥିବା ସି ଏମ୍ ସି କମିଶନର ଅନନ୍ୟା ଦାସ ପ୍ରେସମିଟରେ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଆୟତ କରିବା ପାଇଁ ରାଜ୍ୟସରକାର, ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଏବେ ଆଗକୁ ଆସିଛନ୍ତି ବ୍ୟବସାୟୀ ସଂଘ । ଲୋକ ମାନେ ବିଭିନ୍ନ କଟକଣା ସ୍ୱତ୍ତେ ଦୋକାନରେ ଗହଳି କରିବାରୁ ସଂକ୍ରମଣ ବଢିବାର ମୁଖ୍ୟ କାରଣ କୁହଯାଉଛି । ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ବ୍ୟବସାୟୀ ସଂଘ ମାନେ ବିଭିନ୍ନ ପ୍ଳାନ କାର୍ଯ୍ୟକାରି କରିବା ପାଉଁ ଯୋଜନା କରୁଛନ୍ତି । ଗଞ୍ଜାମ ଜୀଲ୍ଲା, ପୁରୀ ସହର, ସମ୍ବଲପୁର, କଳାହାଣ୍ଡି ବଣିକ ସଂଘ ମାନଙ୍କ ପକ୍ଷରୁ ଦିନ ୨ଟା ପ୍ରର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ ବୋଲି ନିସ୍ପତି ନେଇଛନ୍ତି ।

Related Posts