ମେ ପହିଲାରୁ ନନ୍ଦନକାନାନ ଓ ବଟାନିକାଲ ଗାର୍ଡେନ୍ ବନ୍ଦ

q

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ମେ’ ପହିଲାରୁ ଅର୍ଥାତ୍ ଆସନ୍ତା କାଲିଠୁ ବନ୍ଦ ରହିବ ନନ୍ଦନକାନାନ ପ୍ରାଣୀ ଉଦ୍ୟାନ (NZP) ଏବଂ ବଟାନିକାଲ ଗାର୍ଡେନ୍ । ମେ’ ୧ରୁ ୧୫ ତାରିଖ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । କରୋନା ସଂକ୍ରମଣର କ୍ରମାଗତ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଶୁକ୍ରବାର ଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଡେପୁଟି ଡାଇରେକ୍ଟରଙ୍କ ଦ୍ବାରା ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ଆସନ୍ତା ଏପ୍ରିଲ 21 ରୁ ରାଜଧାନୀର ସମସ୍ତ ଧାର୍ମିକ ସ୍ଥାନକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ। ଭୁବନେଶ୍ୱରରେ କରୋନାଭାଇରସ୍ ବୃଦ୍ଧି ପାଉଥିବା ଘଟଣାକୁ ଦୃଷ୍ଟିରେ ରଖି ଲିଙ୍ଗରାଜ ମନ୍ଦିର ଏପ୍ରିଲ 18 ରୁ ବନ୍ଦ ହୋଇଯାଇଥିଲା। ଖୋର୍ଦ୍ଧା ଜିଲ୍ଲାରେ ଶୁକ୍ରବାର ସର୍ବାଧିକ 1,408 ମାମଲା ରିପୋର୍ଟ ହୋଇଛି। ଗତକାଲି ଭୁବନେଶ୍ୱର 851 ଟି ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 43,296 ରେ ପହଞ୍ଚିଛି ।

Related Posts