ଆମ ଉପରେ କଟକଣା ଲଗାଇଲେ ପରିଣାମ ଭୟଂକର ହେବ: ୩୦୦ ଡଲାର ଛୁଇଁବ ଅଶୋଧିତ ତୈଳ ଦର: ଋଷ

ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ କୁ ନେଇ ସମଗ୍ର ଦେଶ ଚିନ୍ତିତ ଥିବା ବେଳେ, ଅନେକ ଦେଶ ଉକ୍ରେନ୍ କୁ ସମର୍ଥନ କରିବାକୁ ଯାଇ ଋଷ ଉପରେ କଟକଣା ଲଗାଇଛନ୍ତି । ଫଳରେ ଏହି କଟକଣାକୁ ନେଇ ପୂରା ବିଶ୍ୱକୁ ଧମକ ଦେଇଛି ରୁଷ। ରୁଷ ଉପରେ ପଶ୍ଚିମ ଦେଶଗୁଡ଼ିକ ଗୋଟିଏ ପରେ ଗୋଟିଏ ଆର୍ଥିକ କଟକଣା ଲଗାଉଥିବାରୁ ଏହାର ପରିଣାମ ଭୟଙ୍କର ହେବ ବୋଲି କହିଛି ମସ୍କୋ। ଏପରି କି ରୁଷ ଉପରେ ଲାଗୁଥିବା କଟକଣା ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ ୩୦୦ ଡଲାର ଛୁଇଁବ ବୋଲି ଋଷ ପକ୍ଷରୁ ଚେତାବନୀ ଦିଆଯାଇଛି ।

ରୁଷର ଉପ ପ୍ରଧାନମନ୍ତ୍ରୀ ଆଲେକ୍ସଜାଣ୍ଡର୍ ନୋଭାକ କହିଛନ୍ତି, ଯଦି ଆମ ଦେଶର ଏନର୍ଜି ସପ୍ଲାଏ ଉପରେ କେହି ବ୍ୟାନ ଲଗାନ୍ତି, ତା’ହେଲେ ପରିଣାମ ଭୟଙ୍କର ହେବ। ଏହାପରେ ରୁଷ ଏମିତି କିଛି କରିବ ଯାହାଦ୍ୱାରା ପଶ୍ଚିମ ଦେଶଗୁଡ଼ିକ ବ୍ୟାରେଲ ପିଛା ୩୦୦ ଡଲାର ଦେଇ ଅଶୋଧିତ ତୈଳ କିଣିବାକୁ ବାଧ୍ୟ ହେବେ। ସେ ରୁଷ ଓ ଜର୍ମାନୀ ମଧ୍ୟରେ ଚାଲିଥିବା ଗ୍ୟାସ ପାଇପ ଲାଇନ ବନ୍ଦ କରି ଦିଆଯିବ। ଯଦି ରୁଷ ବିରୋଧରେ କିଛି ବି ପଦକ୍ଷେପ ନିଆଯାଏ, ତା’ହେଲେ ୟୁରୋପୀୟ ଦେଶରେ ଗ୍ୟାସ ଓ ତେଲର ଅଭାବ ଦେଖାଯିବ ବୋଲି ସେ ଧମକ ଦେଇଛନ୍ତି। ଆମେରିକା, ୟୁରୋପ ଓ ସହଯୋଗୀ ରାଷ୍ଟ୍ରଗୁଡ଼ିକ ରୁଷର ଏନର୍ଜି ସପ୍ଲାଏ ଚେନ ଉପରେ ରୋକ ଲଗାଇବାକୁ ପ୍ରୟାସ କରୁଥିବା ଖବର ମିଳିଛି। ଏଥିପାଇଁ ସୋମବାର ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ ୧୩୦ ଡଲାର ଛୁଇଁଛି। ୨୦୦୮ ପରେ ଏହା ସର୍ବାଧିକ। ପଶ୍ଚିମ ଦେଶଗୁଡ଼ିକର ଏପରି ପଦକ୍ଷେପକୁ ଦେଖି ଆଜି ରୁଷ ଉପ ପ୍ରଧାନମନ୍ତ୍ରୀ ଆଲେକ୍ସଜାଣ୍ଡର୍ ନୋଭାକ ବିଳବିଳେଇବା ଆରମ୍ଭ କରିଛନ୍ତି।

Related Posts