ବାତ୍ୟା ମାଣ୍ଡସ ପ୍ରଭାବ: ୪ ଜଣଙ୍କର ମୃତ୍ୟୁ, ଭାଙ୍ଗିପଡ଼ିଛି ୪୦୦ରୁ ଅଧିକ ଗଛ

ଚେନ୍ନାଇ : ତାମିଲନାଡୁର ମାଲାପୁରମ ଉପକୂଳରେ ସାଇକ୍ଲୋନିକ ଝଡ ମାଣ୍ଡସ ଲ୍ୟାଣ୍ଡଫଲ କରିଛି । ବିଳମ୍ବିତ ରାତିରୁ ରାଜ୍ୟ ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ଜାରି ରହିଛି। ଏହା ବ୍ୟତୀତ ମଧ୍ୟମରୁ ପ୍ରବଳ ବର୍ଷା ମଧ୍ୟ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ କ୍ଷତି ଘଟାଇଛି।

ତାମିଲନାଡୁରେ ଏପର୍ଯ୍ୟନ୍ତ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଝଡ଼ ବାତ୍ୟାଯୋଗୁ ୪୦୦ରୁ ଅଧିକ ଗଛ ଭାଙ୍ଗିପଡ଼ିଛି। ଉଭୟ ରାଜ୍ୟର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି।

ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କହିଛନ୍ତି ଯେ ବର୍ଷା ଓ ଝଡ଼ ଯୋଗୁଁ ୯୮ ଗୋରୁଙ୍କର ମଧ୍ୟ ମୃତ୍ୟୁ ଘଟିଛି। ୧୫୧ଟି ଘର ନଷ୍ଟ ହୋଇଯାଇଛି। ସେ କହିଛନ୍ତି, ମୁଁ ପ୍ରଭାବିତ ଅଞ୍ଚଳଗୁଡିକୁ ଯାଞ୍ଚ କରୁଛି। କ୍ଷୟକ୍ଷତିର ଆକଳନ କରାଯାଉଛି।

ପ୍ରବଳ ବର୍ଷା ଯୋଗୁ ଆନ୍ଧ୍ରପ୍ରଦେଶର କେଭିବି ପୁରାମ ମଣ୍ଡଳର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖା ଦେଇଛି। ରାଜ୍ୟର କୋଭ୍ନୋର, ଥିମସମୁଦ୍ରାମ, ରାଜୁଲା କାଣ୍ଡିଗାରେ ନଦୀରେ ବନ୍ୟା ଜଳ ପ୍ରବାହିତ ହେବାରେ ଲାଗିଛି। ଟ୍ରାଫିକ ବ୍ୟବସ୍ଥା ମଧ୍ୟ ବ୍ୟାହତ ହୋଇଥିବାବେଳେ ରାସ୍ତା ଜଳମଗ୍ନ ହୋଇଛି।

ସାଇକ୍ଲୋଥନ ମାଣ୍ଡୁସ କାରଣରୁ ଚେନ୍ନାଇରେ ବ୍ୟାପକ କ୍ଷୟକ୍ଷଦି ଘଟିଛି। ଗ୍ରେଟର ଚେନ୍ନାଇ ନିଗମର କମିଶନର ଗଗନଦୀପ ବେଦୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦୦ ଲୋକଙ୍କୁ ପ୍ରଭାବିତ ଅଞ୍ଚଳରୁ ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି। ପ୍ରାୟ ୯୦୦୦ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି। ଦୁର୍ଘଟଣାକୁ ଏଡାଇବା ପାଇଁ ୧୫ ହଜାର ଗଛର ଶାଖା କାଟି ଦେଇଛୁ ବୋଲି ସେ କହିଛନ୍ତି। ରିଲିଫ କାର୍ଯ୍ୟ ପାଇଁ ୫୦୦ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି।

Related Posts