
ଭୁବନେଶ୍ୱର : ପଣ୍ଡ ହେଲା ଡକାୟତି ଯୋଜନା । ୫ ଜଣିଆ ଡ଼କାୟତି ଗ୍ୟାଙ୍ଗକୁ ଗିରଫ କଲା ପାହାଳ ପୋଲିସ । ଶନିବାର ରାତିରେ ଏହି ଡକାୟତମାନଙ୍କୁ ପୋଲିସ୍ ଗିରଫ କରିଛି। ଡକାୟତି ଯୋଜନା କଲାବେଳେ ପୋଲିସ ସେମାନଙ୍କୁ କାବୁ କରିଛି। ସେହି ପାଞ୍ଚ ଜଣଙ୍କ ମଧ୍ୟରୁ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧି ଅଛନ୍ତି। ସେମାନଙ୍କ ନାଁରେ ଏକାଧିକ ମାମଲା ରହିଛି।
ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ଓ ଆପତ୍ତିଜନ ସାମଗ୍ରୀ
ଅଭିଯୁକ୍ତଙ୍କ ପାଖରୁ ଗୋଟିଏ ଖେଳଣା ବନ୍ଧୁକ, ଛୁରୀ, ୨ଟି ବାଇକ ଓ ନିଶାଦ୍ରବ୍ୟ ଜବତ କରାଯାଇଛି। ପାହାଳ ଥାନା ଅଟଳା କେନାଲ ବ୍ରିଜ ପାଖରେ ଅଭିଯୁକ୍ତମାନେ ଡକାୟତି ଯୋଜନା କରୁଥିଲେ। ଏହି ସମୟରେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଚଢ଼ଉ କରିଥଲା। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ୪ ନମ୍ୱର ଜୋନ ଏସିପି ଏସ ଏନ୍ ମୁଦୁଲି ବୋଲି କହିଛନ୍ତି ।