ଦାଦା ସାହେବ ଫାଲକେ ଆୱାର୍ଡ ୨୦୨୩: ‘ଦ କଶ୍ମୀର ଫାଇଲ୍ସ’ ଶ୍ରେଷ୍ଠ ଚଳଚ୍ଚିତ୍ର ବିବେଚିତ

ଭୁବନେଶ୍ୱର,୨୧/୨(ସତ୍ୟପାଠ ବ୍ୟୁରୋ): ୨୦୨୨ରେ ରିଲିଜ ହୋଇଥିବା ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିଥିଲା ​। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରକୁ ଏବେ ଦାଦା ସାହେବ ଫାଲକେ ଆୱାର୍ଡ ୨୦୨୩ରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ସମ୍ମାନିତ କରାଯାଇଛି। ଏନେଇ ନିଜେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଟ୍ବିଟ କରି ଏହି ଖୁସି ଖବର ସେୟାର କରିଛନ୍ତି।

ତେବେ ଦାଦା ସାହେବ ଫାଲକେ ଆୱାର୍ଡ ୨୦୨୩ରେ ‘ଦ କଶ୍ମୀର ଫାଇଲ୍ସ’ ବ୍ୟତୀତ ଫିଲ୍ମ ‘ଆରଆରଆର’କୁ ଫିଲ୍ମ ଅଫ ଦ ଇୟର, ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ‘ଗଙ୍ଗୁବାଇ କାଠିଆୱାଡି’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ, ଅଭିନେତା ରଣବୀର କପୁରଙ୍କୁ ‘ବ୍ରହ୍ମାସ୍ତ୍ର ପାର୍ଟ -୧’ ପାଇଁ ଶ୍ରେଷ୍ଠ ଅଭିନେତା, ଅନୁପମ ଖେରଙ୍କୁ ‘ଦ କଶ୍ମୀର ଫାଇଲ୍ସ’ ପାଇଁ ଶ୍ରେଷ୍ଠ ବହୁମୁଖୀ ଅଭିନେତା ଭାବେ ସମ୍ମାନିତ କରାଯାଇଛି। ସେହିଭଳି ‘ରୁଦ୍ର: ଦ ଏଜ୍ ଅଫ ଡାର୍କନେସ’ ଶ୍ରେଷ୍ଠ ୱେବ୍ ସିରିଜ୍, ‘ଅନୁପମା’ ଟିଭି ସିରିଜ ଅଫ ଦି ଇୟର, ତେଜସ୍ୱୀ ପ୍ରକାଶଙ୍କୁ ଶ୍ରେଷ୍ଠ ଟିଭି ଅଭିନେତ୍ରୀ (ନାଗିନ ୬) ଓ ଜୈନ ଇମାମଙ୍କୁ ଶ୍ରେଷ୍ଠ ଟିଭି ଅଭିନେତା (ଫନା- ଇଶ୍କ ମେଁ ମରଜାୱାଁ) ଭାବେ ସମ୍ମାନିତ କରାଯାଇଛି।

Related Posts