ବ୍ୟସ୍ତ ପାଇଁ ବାପା ଆଣିପାରିଲେନି ବିରିୟାନୀ: ଜୀବନ ହାରିଲା ପୁଅ

ନୀଳଗିରି ଥାନ୍ତା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଘଟିଛି ଅଘଟଣ । ବିରିୟାନୀ ପାଇଁ ଜୀବନ ହାରିଛି ୧୩ ବର୍ଷର ପୁଅ । ପୁଅ ଅଳି କରିଥିଲା ବିରିୟାନୀ ଖାଇବ ବୋଲି। ହେଲେ ବାପା ବ୍ୟସ୍ତ ରହିବା କାରଣରୁ ଦେଇପାରିନଥିଲେ ବିରିୟାନୀ। ଆଉ ଶେଷରେ ସାମାନ୍ୟ ବିରିୟାନୀ ନମିଳିବାରୁ ନିଜର ମୂଲ୍ୟବାନ ଜୀବନ ହରାଇ ବସିଲା ପୁଅ।

ଗ୍ରାମର ମନୋରଞ୍ଜନ ମହାର୍ଣ୍ଣାଙ୍କ ୧୩ ବର୍ଷର ପୁଅ ସତ୍ୟବ୍ରତ। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସତ୍ୟବ୍ରତ ଗତ ଦୁଇଦିନ ହେବ ବିରିୟାନୀ ଖାଇବା ପାଇଁ ବାପାଙ୍କ ଆଗରେ ଅଳି କରିଥିଲା। ବାପା ମନୋରଞ୍ଜନ ୱାର୍ଡ ସଭ୍ୟ ପ୍ରାର୍ଥୀ ହୋଇଥିବା ବେଳେ ପଞ୍ଚାୟତ ନିର୍ବାଚନ ପାଇଁ ବ୍ୟସ୍ତ ରହୁଥିଲେ। ବାପା ଏକ କମ୍ପାନୀ ସିକ୍ୟୁରିଟି କାମ ମଧ୍ୟ କରନ୍ତି। ହେଲେ ବୁଧବାର ସତ୍ୟବ୍ରତ ବିରିୟାନୀ ଖାଇବାକୁ ଅଧିକ ଜିଦ୍ କରିବସିଥିଲା। କିନ୍ତୁ କାମ ବ୍ୟସ୍ତରେ ବାପା ପୁଅର ଏହି ଆବଶ୍ୟକତାକୁ ପୂରଣ କରିପାରିନଥିଲେ। ହେଲେ ଅବୁଝା ପୁଅ ଧୈର୍ଯ୍ୟ ହରାଇ ବସିଥିଲା ଏବଂ ଗାମୁଛାରେ ଫାଶୀ ଲଗାଇ ଜୀବନ ହାରିଦେଲା।

ସତ୍ୟବ୍ରତକୁ ପ୍ରଥମେ ଖନ୍ତାପଡା ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପରେ ବାଲେଶ୍ଵର ମେଡିକାଲରେ ମୃତଦେହର ପୋଷ୍ଟମର୍ଟମ କରାଯାଇଥିଲା। ମୃତଦେହ ଗାଁକୁ ଅଣାଯାଇ ସତ୍କାର କରାଯାଇଛି। ତେବେ ଏଭଳି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛନ୍ତି।

Related Posts