ଭୁବନ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଯାଇଛି ଦନ୍ତାର ଜୀବନ । ଏହି ଘଟଣାକୁ ନେଇ ଆକ୍ସନ ନେଇଛି ବନ୍ ବିଭାଗ । 3 ଜଣକୁ ଉଠାଇ ଆଣିଛି ।

ସୂଚନାଯୋଗ୍ୟ, ଜଙ୍ଗଲୀ ଜନ୍ତୁଙ୍କ ଠାରୁ ଧାନ ଫସଲକୁ ସୁରକ୍ଷା ଦେବା ପାଇଁ ବିଲରେ ଖଞ୍ଜା ଯାଇଥିଲା ବିଦ୍ୟୁତ ତାର । ଗତକାଲି ଏହି ବିଦ୍ୟୁତ୍ ଫାସରେ ଚାଲିଯାଇଥିଲା ଦନ୍ତାର ଜୀବନ । ତେବେ ଏହାକୁ ଗୁରୁତ୍ବର ସହିତ ତଦନ୍ତ କରି ଭୁବନ ବ୍ଲକ ଅନ୍ତର୍ଗତ ରାଙ୍କିଆ ଗ୍ରାମରୁ ତିନି ଜଣଙ୍କୁ ଉଠାଇ ଆଣିଥିଲା ଭୁବନ ବନ ବିଭାଗ । ସେମାନଙ୍କର ଡାକ୍ତରୀ ମାଇନା ପରେ କୋର୍ଟ ଫରୱାର୍ଡ କରାଯାଇଛି ।

ତେବେ ଅଭିଯୁକ୍ତମାନେ ରାଙ୍କିଆ ଗ୍ରାମର ମାନସ ପାତ୍ର, ମାଝୀ ପାତ୍ର ଓ ରମେଶ ନଟିଆ ବୋଲି ଜଣାପଡିଛି । ଏହି ଅପରେସନରେ ଢେଙ୍କାନାଳ ଏସିଏଫଓ ସତ୍ୟବ୍ରତ ପାତ୍ର, ଭୁବନ ରେଞ୍ଜର ଅନିତା ସେଠୀ, ଫରେଷ୍ଟର କବିତା ବିଶ୍ବାଳ ସାମିଲ ରହିଥିଲେ । ଜିଲ୍ଲା ବନବିଭାଗ ମୃତ ହାତୀର ଦୁଇଟି ଦାନ୍ତକୁ ନିଜ ଅଧିନରେ ରଖି ଦୁଇ-ତିନି ଦିନ ପରେ ଡିଭିଜନ କାର୍ଯ୍ୟାଳୟକୁ ଚିଠି କରି ଟ୍ରେଜେରୀରେ ଦାଖଲ କରିବେ ବୋଲି ଜଣାପଡିଛି । ରାଙ୍କିଆ ଗ୍ରାମରେ ହାତୀ ମୃତ୍ୟୁକୁ ନେଇ ଜିରାଳ ଫରେଷ୍ଟ ଅଧିକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ପ୍ରତିକ୍ରିୟାରେ କହିଛନ୍ତି ଏସିଏଫଓ ସତ୍ୟବ୍ରତ ପାତ୍ର ।