
କଟକ : ସାଂସଦ ଅନୁଭବ ମହାନ୍ତିଙ୍କ ବ୍ଲକ ହେଲା ଇନଷ୍ଟାଗ୍ରାମ ଆକାଉଣ୍ଟ। ତାଙ୍କ ନାଁ ରେ କେହି ଫେକ୍ ଆକାଉଣ୍ଟ କରି କେହି ଡୋନେସନ ମାଗୁଥିବା ଅଭିଯୋଗ ହୋଇଛି । କଟକ ସାଇବର ଥାନାରେ ଏନେଇ ଅଭିଯୋଗ କରିଛନ୍ତି ସାଂସଦ ଅନୁଭବ ମହାନ୍ତି।
ସାଇବର ହ୍ୟାକର ଅନୁଭବଙ୍କ ପ୍ରକୃତ ଆକାଉଣ୍ଟକୁ ବ୍ଲକ କରି ଦେଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ଅନୁଭବ ମହାନ୍ତି। ଫେକ ଆକାଉଣ୍ଟ ଯୋଗୁଁ ଅନୁଭବଙ୍କ ଫ୍ୟାନମାନେ ଠକାମିର ଶିକାର ହେଉଥିବା ସେ ଥାନାରେ ଅଭିଯୋଗ କରିଛନ୍ତି।