ଡିଏଭି -ଏସସିବି ମେଡିକାଲ ପବ୍ଲିକ ସ୍କୁଲ ସ୍ଥାନାନ୍ତରଣ ମାମଲା; ଗଣଶିକ୍ଷା ବିଭାଗ ସଚିବଙ୍କୁ ଜାତୀୟ ଶିଶୁ ଅଧିକାର ଆୟୋଗର ନୋଟିସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଡିଏଭି -ଏସସିବି ମେଡିକାଲ ପବ୍ଲିକ ସ୍କୁଲ ର ୧୭୦୦ ଛାତ୍ର ଛାତ୍ରୀ ଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ଘଟଣା ରେ ଜାତୀୟ ଶିଶୁ ଅଧିକାର ଆୟୋଗ ଙ୍କ ଏକ ଚିଠି ର ଉତ୍ତର ନଦେବା କାରଣ ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗ କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜାତୀୟ ଶିଶୁ ଅଧିକାର ଆୟୋଗ। ଏହି ନୋଟିସ ରେ ଯଥାଶୀଘ୍ର ଏହି ଘଟଣା ରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ଓ ସମସ୍ତ ଜରୁରୀ ରେକର୍ଡ ୨୦ ଦିନ ମଧ୍ୟରେ ଦାଖଲ କରିବାକୁ ନୋଟିସ ରେ ନିର୍ଦ୍ଦେଶ ଦେଇଛନ୍ତି ଆୟୋଗ। ଆୟୋଗ ଙ୍କ ନୋଟିସ ର ଉତ୍ତର ନଦେଲେ ଖୁବଶିଘ୍ର ସମନ୍ ପ୍ରକ୍ରିୟା ଆରମ୍ଭ କରିବେ ବୋଲି ମଧ୍ୟ ଆୟୋଗ ଏହି ନୋଟିସ ରେ ଚେତାବନୀ ଦେଇଛନ୍ତି।

ସୂଚନା ଅନୁସାରେ ଡିଏଭି -ଏସସିବି ମେଡିକାଲ ପବ୍ଲିକ ସ୍କୁଲ ର ଅଭିଭାବକ ସଂଘ ର ସମ୍ପାଦକ କାହ୍ନେୟା ଲାଲ ଏନେଇ ଜାତୀୟ ଶିଶୁ ଅଧିକାର ଆୟୋଗ ର ଦ୍ବାରସ୍ଥ ହୋଇଥିଲେ। ତାଙ୍କ ଅଭିଯୋଗ ଅନୁସାରେ ଡିଏଭି -ଏସସିବି ମେଡିକାଲ ପବ୍ଲିକ ସ୍କୁଲ ର LKG ରୁ ସପ୍ତମ ଶ୍ରେଣୀ ର ୧୨୦୦ ଜଣ ଛାତ୍ର ଛାତ୍ରୀ ଙ୍କୁ ଡ଼ିଏଭି ସିଡିଏ କୁ ଏବଂ ବାକି ଅଷ୍ଟମ ରୁ ଦଶମ ର ୫୦୦ ଛାତ୍ର ଛାତ୍ରୀ ଙ୍କୁ ୫ ରୁ ୮ କିଲୋମିଟର ଦୂର ଡ଼ିଏଭି ଗନ୍ଦର୍ ପୁର୍ କୁ ସ୍ଥାନାନ୍ତର କରିବାକୁ ନିଷ୍ପତି ନେଇଛନ୍ତି ସରକାର। ଏହା ଫଳ ରେ ଛାତ୍ର ଛାତ୍ରୀ ଙ୍କର ଶିକ୍ଷା ଅଧିକାର କ୍ଷୁଣ୍ଣ ହେଉଥିବା ସେ ଅଭିଯୋଗ କରିଛନ୍ତି।ସର୍ବୋପରି ଛାତ୍ର ଛାତ୍ରୀ ଙ୍କୁ ଏତେ ଦୂରକୁ ସ୍ଥାନାନ୍ତର କରିବା ଫଳ ରେ ସେମାନଙ୍କର ପାଠ ପଢା ରେ ବ୍ୟାଘାତ ସୃଷ୍ଟି ହେଉଛି ବୋଲି ଅଭିଭାବକ ସଂଘ ଅଭିଯୋଗ କରିଛି

Related Posts