ମୁଁ ବିଜେପି ସଭାପତିଙ୍କୁ ଖୋଲା ଖୋଲି ଭେଟିବି: କଂଗ୍ରେସ ନେତା ଆନନ୍ଦ ଶର୍ମା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଙ୍କୁ ଭେଟିବା ଖବର ପ୍ରକାଶ ପାଇବା ପରେ ସେ ଗୁରୁବାର କହିଛନ୍ତି ଯେ ମୁଁ ଯଦି ବିଜେପି ସଭାପତି ଙ୍କୁ ଭେଟିବି ତାହେଲେ ଖୋଲା ଖୋଲି ଭେଟିବି। ଆମେ ଦୁହେଁ ହିମାଚଳ ପ୍ରଦେଶ ରୁ ଆସୁଛୁ ଓ ଗୋଟିଏ ବିଶ୍ଵବିଦ୍ୟାଳୟ ର ଛାତ୍ର । ଏହାଛଡା ନଡ୍ଡା ଙ୍କ ସହ ମୋର ପୁରୁଣା ସାମାଜିକ ଓ ପାରିବାରିକ ସମ୍ପର୍କ ମୁଁ ଗର୍ବିତ ଯେ ମୋ ରାଜ୍ୟ ର ଜଣେ ନେତା ଶାସକ ଦଳ ର ସଭାପତି ଦାୟିତ୍ଵ ତୁଲାଉଛନ୍ତି। ମୁଁ ତାଙ୍କୁ ଖୋଲା ଖୋଲି ଦେଖା କରି ପାରିବି ଓ ଏହା ମୋର ଅଧିକାର ବୋଲି ସେ କହିଛନ୍ତି।


ତେବେ ସୂଚନା ଅନୁସାରେ ହିମାଚଳ ପ୍ରଦେଶ ବିଶ୍ଵବିଦ୍ୟାଳୟ ର ଆଲୁମିନି ସଂଘ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା ଓ ବିଜେପି ସଭାପତି ଜେପି ନଡ୍ଡା ଙ୍କୁ ସମ୍ମାନିତ କରିବା ପାଇଁ ନିମନ୍ତ୍ରଣ କରିଛନ୍ତି ।

Related Posts