
ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ପ୍ରତି ସୃଷ୍ଟି ହୋଇଛି ବିପଦ । ତାଙ୍କ ହତ୍ୟା କରିବା ପାଇଁ ମିଳିଛି ଧମକ । ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ସହଯୋଗୀ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚୁଥିବା ସୂଚନା ମିଳିଛି ।
ଏନେଇ ମୁମ୍ବାଇ ପୋଲିସ ସୂଚନା ପାଇଛି । ଆଜି ସକାଳ ସମୟରେ ଟ୍ରାଫିକ ପୋଲିସକୁ ଏକ ଅଡିଓ ମେସେଜ ଆସିଛି । ଏଭଳି ଖବର ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ତେବେ ଏହି ଅଡିଓ କିଏ ଓ କେଉଁଠି ପଠାଇଛି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।