ରୁଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରୁ ରୁଷ ସେନାଙ୍କୁ ନେଇ ଆସିଲା ସାଙ୍ଘାତିକ ତଥ୍ୟ: ଯୁଦ୍ଧରୁ ବର୍ତ୍ତିବା ପାଇଁ ନିଜ ଗୋଡ଼କୁ ନିଜେ ମାରୁଛନ୍ତି ଗୁଳି

୨୬ ଦିନରେ ପହଁଞ୍ଚିଚି ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ | ଲଗାତାର ଭାବେ ରୁଷ ସେନା ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଛନ୍ତି | ତେବେ ଏହାରି ମଧ୍ୟରେ ଯୁଦ୍ଧ କ୍ଷେତରୁ ରୁଷ ସେନାଙ୍କୁ ନେଇ ଆସିଛି ଏକ ସାଙ୍ଘାତିକ ତଥ୍ୟ | ଧୀରେ ଧୀରେ ଋଷର ସେନାର ମନୋବଳ ହ୍ରାସ ପାଉଥିବା ଖବର ଆସିଛି | ଏପରିକି ଯୁଦ୍ଧ ରୁ ବର୍ତ୍ତିବା ପାଇଁ କିଛି ସୈନିକ ନିଜ ଗୋଡକୁ ନିଜେ ଗୁଳି ମାରୁଛନ୍ତି । ୟୁକ୍ରେନ ବନ୍ଧୁକରୁ ଗୁଳି ନିଜ ପାଦରେ ଫୁଟାଉଛନ୍ତି । ଏମିତି କରିବାର କାରଣ ହେଉଛି ଯେ, ଯେମିତି ମନେହେବ ଡିଫେଣ୍ଡରମାନେ ମାଡ ମାରିବା ପରେ ସେମାନେ ଆହତ ହୋଇଛନ୍ତି ।

ୟୁକ୍ରେନ ସରକାରଙ୍କ କହିବାନୁସାରେ, ଏହି ବିବାଦରେ ପ୍ରାୟ ୧୪,୦୦୦ ରୁଷୀୟ ସୈନିକ ପ୍ରାଣ ହରାଇଛନ୍ତି । ସୈନିକମାନଙ୍କ ମଧ୍ୟରେ ଚାଲିଥିବା ଏବଂ ବେଲା ଋଷର ଗଣମାଧ୍ୟମ NEXTA ଦ୍ୱାରା ହସ୍ତଗତ ହୋଇଥିବା ଏକ ରିପୋର୍ଟରେ ଜଣେ ଋଷୀୟ କହିଛନ୍ତି ଯେ ସେମାନେ ୧୪ ଦିନ ଧରି ଆମ ଉପରକୁ ଗୁଳି ଚଳାଇଥିଲେ । ଆମେ ଭୟଭୀତ ହୋଇଯାଇଥିଲୁ । ଆମେ ଖାଦ୍ୟ ଚୋରି କରିଥିଲୁ । ଏମିତି ଘରେ ଘରେ ପ୍ରବେଶ କରିଥିଲୁ ।

ଆମେ ସାଧାରଣ ନାଗରିକଙ୍କୁ ହତ୍ୟା କରୁଛୁ ବୋଲି ଆମେରିକାର ସନ୍ ରିପୋର୍ଟ କୁହାଯାଇଛି । ଋଷର ଅଧିକାରୀମାନେ କହିଛନ୍ତି ଘରକୁ ଫେରିବାକୁ ସେମାନ ଗୋଡରେ ଗୁଳି ଚଳାଇଥିଲେ । ସବୁ ସ୍ଥାନରେ ମୃତଦେହ ମଧ୍ୟ ପଡିରହିଥିଲା । ଅନ୍ୟ ଜଣେ ସୈନିକ କହୁଥିବାର ଶୁଣିବାକୁ ମିଳିଥିଲା ଯେ ତାଙ୍କ ସାଥୀମାନେ ଗୋଡରେ ଗୁଳି ଚଳାଇ ଡାକ୍ତରଖାନା ଯିବା ପାଇଁ ୟୁକ୍ରେନ ଗୁଳି ଖୋଜୁଥିଲେ ।

Related Posts