କେନ୍ଦୁଝର ଚମ୍ପୁଆ ରେଞ୍ଜ ଚମକପୁର ଜଙ୍ଗଲରେ ଆହତ ଦନ୍ତାହାତୀର ମୃତ୍ୟୁ

ଭୁବନେଶ୍ଵର : ପୁଣି ଆଖି ବୁଜିଲା ଆଉ ଏକ ଦନ୍ତା । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଚମକପୁର ଜଙ୍ଗଲରେ ଆହତ ଦନ୍ତାହାତୀର ମୃତ୍ୟୁ ହୋଇଛି । ଏନେଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, କୌଣସି କାରଣରୁ ଦନ୍ତା ହାତୀଟି ଅସୁସ୍ଥ ହୋଇଥିଲା । ଏହାପରେ ଗତ ଅକ୍ଟୋବର ୨୬ ତାରିଖରୁ ଦନ୍ତାର ଚିକିତ୍ସା ଚାଲିଥିଲା । ହାତୀର ଆଗପଟ ଡାହାଣ ଗୋଡ଼ରେ ଗଭୀର କ୍ଷତ ହୋଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଏବେ ଦନ୍ତାର ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ ଗତ କିଛି ଦିନ ହେଲା ହାତୀ ମୃତ୍ୟୁ ଘଟଣା ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି ।

Related Posts