ଭୁବନେଶ୍ୱର,୫/୨(ସତ୍ୟପାଠ ବ୍ୟୁରୋ): ପାକସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫ୍‌ଙ୍କ ପରଲୋକ ହୋଇଛି । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ହୋଇ ଦୁବାଇର ଏକ ହସ୍ପିଟାଲ୍‌ରେ ଚିକତ୍ସିତ ହେଉଥିଲେ। ଆଜି ୟୁଏଇ ସ୍ଥିତ ଆମେରିକାନ୍‌ ହସ୍ପିଟାଲ୍‌ରେ ତାଙ୍କର ଦେହାନ୍ତ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା।

ସେଠାକାର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପରଭେଜ୍ ମୁଶାରଫ୍‌ଙ୍କ ଦେହାନ୍ତ ନେଇ ପରିବାର ଲୋକ ସୂଚନା ଦେଇଛନ୍ତି। ଅସୁସ୍ଥତା ଯୋଗୁଁ ୨ ସପ୍ତାହ ହେବ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରଭେଜ୍ ମୁଶାରଫ୍‌ ପାକିସ୍ତାନର ୧୦ତମ ରାଷ୍ଟ୍ରପତି ଥିଲେ।