ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ପରଲୋକ: ୧୦ ଦିନିକିଆ ଶୋକ ପାଳନ

ନୂଆଦିଲ୍ଲୀ : ଆରପାରିରେ ବ୍ରିଟେନ ମହାରାଣୀ ଏଲିଜାବେଥ। ଗତକାଲି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ୯୬ ବର୍ଷ ବୟସରେ ଆଖି ବୁଜିଲେ କ୍ବିନ୍ ଏଲିଜାବେଥ୍। ଗୁରୁବାର ଦିନ ୯୬ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ବ୍ରିଟେନ ରାଜତନ୍ତ୍ରରେ ସର୍ବାଧିକ ସମୟ ଶାସନରେ ରହିଥିବା ରାଣୀ।

ଏଲିଜାବେଥଙ୍କର ସ୍କଟଲାଣ୍ଡର ବାଲମୋରାଲ ମହଲରେ ପରଲୋକ ଘଟିଥିବା ରାଜ ପରିବାର ପକ୍ଷରୁ ଘୋଷଣା କରାଯାଇଛି। ଗୁରୁବାର ତାଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ଅବନତି ଘଟିଥିଲା ଏବଂ ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରୀ ଟିମ୍ ର ସମସ୍ତ ପ୍ରଚେଷ୍ଟା ବିଫଳ ହୋଇଥିଲା। ୧୯୫୨ ମସିହାରେ ରାଣୀ କ୍ଷମତା ଗ୍ରହଣ କରିବା ପରଠାରୁ ବ୍ୟାପକ ସାମାଜିକ ପରିବର୍ତ୍ତନ ଆଣିଥିଲେ ଏବଂ ରାଷ୍ଟ୍ରର ସମୃଦ୍ଧି ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିଲେ।

୧୯୨୬ ଏପ୍ରିଲ ୨୧ ତାରିଖରେ ମହାରାଣୀ ଜନ୍ମଗ୍ରହଣ କରିଥିଲେ । ସେତେବେଳେ ବ୍ରିଟେନର ରାଜା ଥିଲେ ପଞ୍ଚମ ଜର୍ଜ । ଏଲିଜାବେଥଙ୍କ ପିତା ଜର୍ଜ-୬ ମଧ୍ୟ ପରେ ବ୍ରିଟେନର ରାଜା ହୋଇଥିଲେ ।

ଅପରେସନ ୟୁନିକର୍ଣ୍ଣ ଆରମ୍ଭ

ଏଲିଜାବେଥ ଦ୍ୱିତୀୟଙ୍କ ଦେହାନ୍ତ ପରେ ଅପରେସନ ୟୁନିକର୍ଣ୍ଣ ଆରମ୍ଭ ହୋଇଯାଇଛି । ନିଧନରୁ ଅନ୍ତିମ ସଂସ୍କାର ମଧ୍ୟରେ ଥିବା ୧୦ ଦିନ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହାସହ ୧୦ ଦିନିକିଆ ଶୋକ ମଧ୍ୟ ପାଳନ ହେବ ।

ଓ୍ୱେଷ୍ଟାମିନଷ୍ଟରରେ ଆମ୍ବେରେ ହେବ ଅନ୍ତିମ ସଂସ୍କାର

ରାଣୀଙ୍କ ଦେହାନ୍ତ ପରେ ସ୍କଟଲାଣ୍ଡ ସଂସଦ କାର୍ଯ୍ୟକୁ ବାତିଲ କରାଯାଇଛି । ମାହାରାଣୀଙ୍କ ପାର୍ଥୀବ ଶରୀର ପ୍ରଥମେ ରାଜପରିବାରର ଟ୍ରେନରେ ଏଡିନବର୍ଗ ନିଆଯିବ । ପରଦିନ ଜାଇଲ୍ସ କ୍ୟାଥଡ୍ରଲ୍ ଅଣାଯିବ । ଏଠାରେ ସାହି ପରିବାରର ସଦସ୍ୟ ଓ ସାଧାରଣ ଜନତା ପାର୍ଥୀବ ଶରୀରକୁ ଶ୍ରଦ୍ଧାଞ୍ଜଳି ଦେବେ । ଏହି କାର୍ଯ୍ୟକ୍ରମ ପରେ ମୃତଦେହକୁ ବକିଂହାମ ପ୍ୟାଲେସ ନିଆଯିବ । ସେଠାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇବେ । ଏଠାରେ ମୃତଦେହକୁ ୮ ଦିନ ରଖାଯିବ । ଶେଷରେ ଓ୍ୱେଷ୍ଟାମିନଷ୍ଟରରେ ଅନ୍ତିମ ସଂସ୍କାର କରାଯିବ ।

Related Posts