ସୁନ୍ଦରଗଡ :ସୁନ୍ଦରଗଡ ଗର୍ଜନବାହାଲ ହାଇସ୍କୁଲ ଛାତ୍ରଙ୍କର ମୃତ୍ୟୁ କୁ ନେଇ କାର୍ଯ୍ୟନୁଷ୍ଠାନ । ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ ।
ସୂଚନାଯୋଗ୍ୟ ଯେ, ଗତ ୨ ତାରିଖରେ ସୁନ୍ଦରଗଡ ଗର୍ଜନବାହାଲ ହାଇସ୍କୁଲ ପଛପଟେ ଥିବା ଏକ ଗଛ ତଳୁ ଛାତ୍ରର ମୃତଦେହ ଉଦ୍ଧାର ହୋଇଥିଲା । ମୃତ ଛାତ୍ର ଜଣଙ୍କ ହେଲେ ଦୁର୍ଗା ପ୍ରସାଦ ଖଣ୍ଡା । ଦୁର୍ଗାପ୍ରସାଦ ସ୍କୁଲ ଛାତ୍ରାବାସରେ ରହୁଥିଲେ । ସେ ଗତ ୧ ତାରିଖ ଦିନ ନିଖୋଜ ହୋଇଯାଇଥିଲେ । ପରେ ୨ ତାରିଖ ସକାଳେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହି ମାମଲାରେ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ପଟେଲଙ୍କୁ ନିଲମ୍ଵିତ କରାଯାଇଛି ।