ଅଭିନେତା ବାବୁସାନଙ୍କ ପାରିବାରିକ ବିବାଦ ମାମଲା: ହାଇକୋର୍ଟରେ ବାବୁସାନଙ୍କ ଜାମିନ୍ ଆବେଦନରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ଭୁବନେଶ୍ୱର: ଅଭିନେତା ବାବୁସାନ ଓ ତାଙ୍କ ପତ୍ନୀକୁ ନେଇ ଚାଲିଥିବା ପାରିବାରିକ ବିବାଦ ଏବେ ଥଣ୍ଡା ପଡ଼ିଛି । ଏହାରି ମଧ୍ୟରେ ହାଇକୋର୍ଟରେ ବାବୁସାନଙ୍କ ଆଗୁଆ ଜାମିନ୍ ଆବେଦନରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ତଦନ୍ତରେ ସହଯୋଗ କରୁଥିବାରୁ ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ବାବୁସାନ ତଦନ୍ତରେ ସହଯୋଗ କରୁଥିବା ଜଣାଇଛନ୍ତି ଉଭୟ ପକ୍ଷର ଓକିଲ । ଏନେଇ ଉଭୟ ସରକାରୀ ଓ ବାବୁସାନଙ୍କ ଓକିଲ ହାଇକୋର୍ଟଙ୍କୁ ଜଣାଇଛନ୍ତି । ଏନେଇ ବାବୁସାନଙ୍କ ଓକିଲ ଧରଣୀଧର ନାୟକ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ବାବୁ-ପ୍ରକୃତିଙ୍କୁ ବାବୁସାନଙ୍କ ପତ୍ନୀ ତୃପ୍ତି ମହାନ୍ତି ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରୁ ଏକ କାରରୁ ଧରିଥିଲେ । ଏହାପରେ ପ୍ରକୃତିଙ୍କୁ ତୃପ୍ତି ଆକ୍ରମଣ କରୁଥିବା ନେଇ କିଛି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥିଲା । ତେବେ ଏହି ଘଟଣା ପରେ ବାବୁ ଓ ପ୍ରକୃତି ଏକାଧିକ ଭିଡିଓ ଶେୟାର କରି ସେମାନଙ୍କର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ ।

ବାବୁସାନଙ୍କ ନାଁରେ ଆଇପିସିର ଦଫା ୪୯୮-ଏ ଓ ୫୦୬ରେ ମାମଲା ରୁଜୁ ହୋଇଥିଲା । ଏତଲାରେ ସାଂଘାତିକ ଅଭିଯୋଗ ଆଣିଥିଲେ ପତ୍ନୀ ତୃପ୍ତି ।

ସୂଚନା ମୁତାବକ, ହାଇକୋର୍ଟରେ ବାବୁସାନ୍ ଆଗୁଆ ଜାମିନ୍ ଆବେଦନ କରିଥିଲେ। ପତ୍ନୀ ତୃପ୍ତିଙ୍କ ଅଭିଯୋଗ ଆଧାରରେ ବାବୁସାନଙ୍କ ବିରୋଧରେ ଆଇପିସି ଦଫା ୪୯୮-ଏ ଓ ୫୦୬ରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଗିରଫଦାରୀ ଏଡ଼ାଇବା ପାଇଁ ବାବୁସାନ୍ ହାଇକୋର୍ଟରେ ଆବେଦନ କରିଥିଲେ । ଯାହାଫଳରେ ଏବେ ବାବୁଶାନ୍ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ବେଳେ, ତାଙ୍କ ଜାମିନ ଆବେଦନ ଉପରେ ପୂର୍ଣେଚ୍ଛେଦ ପଡ଼ିଛି ।

Related Posts