ଦେଶରେ କମୁଛି ସଂକ୍ରମଣ: କରୋନା ପାଇଁ ବନ୍ଦ ଥିବା ଏକ୍ସପ୍ରେସ୍ ଟ୍ରେନ୍ ରେ ଲାଗୁ ହେବ ସମସ୍ତ ସୁବିଧା

ଦେଶରେ ଏବେ କରୋନାର ଦୈନିକ ସଂକ୍ରମଣ କମୁଥିବା ବେଳେ, ରେଳ ଯାତ୍ରୀଙ୍କ ପାଇଁ ଆସିଛି ଖୁସି ଖବର | ପୂର୍ବଭଳି ଏବେ ଏକ୍ସପ୍ରେସ୍ ଟ୍ରେନ୍ ଗୁଡିକରେ ବନ୍ଦ ଥିବା ସମସ୍ତ ସୁବିଧା ପୂର୍ବପରି ଲାଗୁ ହେବ | ଏଣିକି ଏକ୍ସପ୍ରେସର ଏସି କୋଚରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ପୂର୍ବଭଳି ମିଳିବ କମ୍ବଳ ଓ ବେଡିଙ୍ଗ ସୁବିଧା । ଏହାସହ ପୂର୍ବରୁ ଯେପରି ଖାଦ୍ୟ ଯୋଗା ଯାଉଥିଲା ସେପରି ସୁଲଭ ମୂଲ୍ୟରେ ଖାଦ୍ୟ ଯୋଗାଇ ଦିଆଯିବ ।

କରୋନା ସମୟରେ ଏକ୍ସପ୍ରେସ ଗୁଡିକରେ ଏସି କୋଚରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ବେଡିଙ୍ଗ କିମ୍ବା କମ୍ବଳ ଯୋଗାଇବା ବନ୍ଦ ରହିଥିଲା । ଏହାସହ ଖାଦ୍ୟ ଯୋଗାଣ ନେଇ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥିଲା । ଯାହା କିଛି ଖାଦ୍ୟ ମିଳୁଥିଲା ତାହା ଉଚ୍ଚ ଦରରେ ମିଳୁଥିଲା । ତେବେ ଏହି ଖବର ଆସିବା ପରେ ଯାତ୍ରୀଙ୍କ ମଧ୍ୟରେ ଅସ୍ବସ୍ତି ପ୍ରକାଶ ପାଇଛି |

Related Posts