ଦୀପବୀରଙ୍କ ବିବାହ, ପାର୍ଟି ଖର୍ଚ୍ଚ 30 ହଜାର ଡଲାର, 8 ହଜାର ଫୁଲରେ ସାଜସଜ୍ଜା

ଇଟାଲୀରେ ଆରମ୍ଭ ହୋଇଯାଇଛି ରଣବୀର ସିଂହ ଓ ଦୀପିକା ପାଦୁକୋନଙ୍କ ବିବାହ । ଇଟାଲିର ଲେକ୍‌ କୋମୋରେ ନିର୍ମିତ ବିଳାସପୂର୍ଣ୍ଣ ଭିଲ୍ଲାରେ ଏହି ବିବାହ ହେଉଛି । ଭାରତୀୟ ସମୟ ଅନୁସାରେ ଅପରାହ୍ନ 2ଟାରେ ଆରମ୍ଭ ହେଲା ବିବାହ ଉତ୍ସବ । ଏହି ବିବାହରେ ଉଭୟ ତାରକାଙ୍କ ପରିବାର ଛଡା ମାତ୍ର 40 ଜଣ ବଛା ବଛା ଅତିଥି ଯୋଗ ଦେଇଛନ୍ତି । ଏମାନଙ୍କ ସଂଖ୍ୟା ପ୍ରାୟ 40 ହେବ…

ପ୍ରଥମେ କୋଙ୍କଣୀ ପରମ୍ପରାରେ ତା ପରେ ସିନ୍ଧି ପରମ୍ପରାରେ ହେଉଛି ବିବାହ । ବିବାହ ସ୍ଥଳକୁ ଧଳା ଫୁଲରେ ସଜାଯାଇଛି । ଏହି ଫୁଲ ଖୁବ୍‌ ଦାବି । ପ୍ରାୟ 8000 ଫୁଲରେ ବିବାହ ସ୍ଥଳକୁ ସଜାଯାଇଛି । ପରମ୍ପରା ଅନୁସାରେ ବିବାହ ଦିନ ଧଳା ରଙ୍ଗର ଫୁଲରେ ସଜାଯାଇଛି ବିବାହ ସ୍ଥଳ । ନଭେମ୍ବର 15 ତାରିଖରେ ହେବାକୁ ଥିବା ଉତ୍ସବ ପାଇଁ ପରମ୍ପରା ଅନୁସାରେ ଲାଲ୍‌ ରଙ୍ଗର ଫୁଲରେ ବିବାହ ସ୍ଥଳକୁ ସଜାଯିବ । ଏଥିପାଇଁ 12 ଜଣିଆ ଫ୍ଲୋରିଷ୍ଟଙ୍କ ଟିମ୍‌ କାମ କରୁଛନ୍ତି । ଯେଉଁମାନେ ପ୍ରାୟ 16 ଘଣ୍ଟା ଧରି ସଜା କାମରେ ଲାଗିଥିଲେ ।

ଦୀପବୀର ବିବାହ କରୁଥିବା ଏହି ଭିଲ୍ଲା ହଲିଉଡ୍‌ ଷ୍ଟାର୍‌ ମାନଙ୍କର ପ୍ରଥମ ପସନ୍ଦ । ଏଠାରେ ଜେମ୍ସ ବାନ୍ସଙ୍କ ଫିଲ୍ମ କସିନୋ ରୟାଲ୍‌ର ସୁଟିଂ ବି ହୋଇଛି । ଏଠାରେ ଗୋଟିଏ ଦିନ ପାର୍ଟିର ଖର୍ଚ୍ଚ ପ୍ରାୟ 30 ହଜାର ଆମେରିକୀୟ ଡଲାର । ବିବାହରେ ଦୀପିକା ଡିଜାଇନର ସବ୍ୟସାଚୀଙ୍କ ଦ୍ବାରା ପ୍ରସ୍ତୁତ ଧଳା ଓ ଲାଲ୍‌ ରଙ୍ଗର କାଞ୍ଜିବରମ୍‌ ସାଢ଼ୀ ପିନ୍ଧିଛନ୍ତି ।


ଏହି 700 ବର୍ଷ ପୁରୁଣା ଭିଲ୍ଲାରେ ଅନେକ ରୁମ୍‌ ଅଛି । କୋଠରୀ ଅନୁସାରେ ବିବାହ ବିଧିର ବ୍ୟବସ୍ଥା କରାଯାଇଛି । ଯେମିତି ଗୋଟିଏ କୋଠରୀକୁ ମଣ୍ଡପ, ଅନ୍ୟ ଗୋଟିଏକୁ ଲଞ୍ଚ ପାଇଁ ପ୍ରସ୍ତୁତ କରାଯାଇଛି । ରଣବୀର ସିଂହଙ୍କ ପାଇଁ ପ୍ରସିଦ୍ଧ ସ୍ବିଜରଲ୍ୟାଣ୍ଡ ସ୍ବିଟ୍‌ସର ଆୟୋଜନ କରାଯାଇଛି । ଏହି ଭିଲ୍ଲା ପ୍ରକୃତରେ ଏକ ମ୍ୟୁଜିୟମ୍‌ । ଏଥିପାଇଁ ଏଠାରେ ରହିବାକୁ କୋଠରୀ ନାହିଁ । ଏଥିପାଇଁ ଉଭୟଙ୍କ ପରିବାର ଏକ ନିକଟସ୍ଥ ହୋଟେଲ୍‌ରେ ରହୁଛନ୍ତି ।

Related Posts