ଏଣିକି ଦିଲ୍ଲୀ ନିମ୍ନ ମହଲା ବସ କିଣିବା ମାମଲାକୁ ଯାଞ୍ଚ କରିବ ସିବିଆଇ

delhi bus

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଏଣିକି ସିବିଆଇ ଯାଞ୍ଚ କରିବ ଦିଲ୍ଲୀରେ ଏକ ହଜାର ନିମ୍ନ ମହଲା ବସ କିଣିବା ମାମଲା । ତେବେ ସମ୍ପୂର୍ଣ୍ଣ ଘଟଣାଟି ହେଉଛି ଆମ ଆଦମୀ ପାର୍ଟି ସରକାର ଦୁଇଟି କମ୍ପାନୀ ସହିତ ୧୦୦୦ ନିମ୍ନ ମହଲା ବସ କଣିବା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । କିନ୍ତୁ ଏହି ପ୍ରକ୍ରିୟାରେ ହେରଫେରର ଅଭିଯୋଗ ଆସିଥିଲା । ଏନେଇ ଦିଲ୍ଲୀ ପୁଲିସ ଦୁର୍ନୀତି ନିବାରଣ ଶାଖା ପରିବହନ ବିଭାଗର ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଏ ସମ୍ପର୍କରେ ଚିଠି ମଧ୍ୟ ଲେଖିଥିଲେ । ହେଲେ ଏକ ମାସ ପରେ ମଧ୍ୟ ଏହାର ଉତ୍ତର ମିଳିପାରି ନଥିଲା । ତେଣୁ ବର୍ତ୍ତମାନ ଏହି ଘଟଣାର ତଦନ୍ତ ପାଇଁ ସିବିଆଇକୁ ଅନୁମତି ଦିଆଯାଇଛି । ଅପରିପକ୍ଷେ ବିଜେପି ଅଭିଯୋଗ କରିଥିଲା ଯେ ବସ ଗୁଡିକର କିଣା ଦାମ ଠାରୁ ଏହାର ରକ୍ଷଣା ବେକ୍ଷଣାର ଖର୍ଚ୍ଚ ଅଧିକ ପଡିବ । ଯେତେବେଳେ କି, କ୍ରୟ ସର୍ତ୍ତାବଳୀ ଅନୁଯାୟୀ ଏହି ବସ୍ ଗୁଡିକର ତିନି ବର୍ଷ ପାଇଁ ରକ୍ଷଣାବେକ୍ଷଣ ଦାୟିତ୍ୱ କେବଳ ଯୋଗାଣକାରୀ କମ୍ପାନୀଗୁଡିକର ହେବା ଉଚିତ୍ ।

ଏନେଇ ମାର୍ଚ୍ଚ ମାସରେ ବିଜୟନ୍ଦର ଗୁପ୍ତା ଏବଂ ଅନ୍ୟ ବିଜେପି ବିଧାୟକମାନେ ଏସିବିରେ ଅଭିଯୋଗ କରିଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ ଟେଣ୍ଡର ସର୍ତ୍ତାବଳୀକୁ ଅଣଦେଖା କରି ବସ୍ ଯୋଗାଉଥିବା କମ୍ପାନୀଗୁଡିକର ରକ୍ଷଣାବେକ୍ଷଣ ପାଇଁ ପ୍ରତିବର୍ଷ ୩୫୦ କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ନିଆଯାଇଛି। ଯେତେବେଳେ କି, ଏହି ଦେୟ ତିନି ବର୍ଷର ୱାରେଣ୍ଟି ଅବଧି ମଧ୍ୟରେ କରାଯିବା ଉଚିତ୍ ନୁହେଁ । ଏହି ଅଭିଯୋଗର ପ୍ରତିକ୍ରିୟା ଦେଖାଇ ଆମ ଆଦମି ପାର୍ଟି କର୍ମୀମାନେ ବିଜେପି ମୁଖ୍ୟାଳୟ ନିକଟରେ ପ୍ରଦର୍ଶନ ମଧ୍ୟ କରିଥିଲେ । କେବଳ ଏତିକି ନୁହେଁ ବରଂ ଦୁଇମାସ ପୂର୍ବେ ଅର୍ଥାତ ଚଳିତ ମାସ ଜୁନ ୨୧ ତାରିଖରେ ଲୋ ଫ୍ଲୋର ବସ୍ କ୍ରୟ ମାମଲାରେ ସିବିଆଇ ତଦନ୍ତ କରିବା ପାଇଁ ବିଜେପି ଦାବି କରିଥିଲା । ନିମ୍ନ ମହଲା ବସ୍ କ୍ରୟ ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ବିଜେପି ନେତାମାନେ ଅଭିଯୋଗ ମଧ୍ୟ କରିଥିଲେ ।

ଏଥିପାଇଁ ଦିଲ୍ଲୀର ପରିବହନ ମନ୍ତ୍ରୀ କୌଳାସ ଗେହଲୋଟ ଏବଂ ଦିଲ୍ଲୀ ପରିବହନ ନିଗମ ର ପରିଚାଳନା ନିର୍ଦ୍ଦେଶକ ଦାୟୀ ବୋଲି ବିଜେପି କହିଥିଲା । ଏହା ସହ ଦିଲ୍ଲୀ ସରକାର ଏହି ମାମଲାକୁ ଦମନ କରିବାକୁ ଚେଷ୍ଟା କରୁଛନ୍ତି । ତେଣୁ ଦିଲ୍ଲୀ ପୋଲିସର ଦୁର୍ନୀତି ନିବାରଣ ଶାଖା ଏହାର ତଦନ୍ତ କରିବାକୁ ଅନୁମତି ଦେଉନାହିଁ। ଏହାପୂର୍ବରୁ ଦିଲ୍ଲୀ ବିଧାନସଭାରେ ବିରୋଧୀଦଳର ନେତା ରାମଭୀର ସିଂ ବିଧୁରୀ କହିଥିଲେ ଯେ ଆଜି ଦିଲ୍ଲୀରେ ୧୫,୦୦୦ ବସର ଆବଶ୍ୟକତା ରହିଛି । କିନ୍ତୁ ଗତ ୬ ବର୍ଷ ମଧ୍ୟରେ ଆମ୍ ଆଦମୀ ପାର୍ଟି ସରକାର ଗୋଟିଏ ବସ୍ କିଣିବାକୁ ସକ୍ଷମ ହୋଇନାହାଁନ୍ତି।

ବର୍ତ୍ତମାନ ଦିଲ୍ଲୀ ରାସ୍ତାରେ ଯାଉଥିବା ଡିଟିସି ବସ୍‌ର ଜୀବନ ସେପ୍ଟେମ୍ବର ସୁଦ୍ଧା ଶେଷ ହେବ। ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ବସ୍ ସେପ୍ଟେମ୍ବର ପରେ ରାସ୍ତାରେ ନିଆଯାଇପାରିବ ନାହିଁ। ଏହା ସହ ବସ୍ ଅଭାବକୁ ଦୂର କରିବା ପାଇଁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ତେଣୁ ବର୍ତ୍ତମାନ ସ୍ୱଚ୍ଛଢଙ୍ଗରେ ବର୍ତ୍ତମାନ ବସ କ୍ରୟ କରିବାର ଆବଶ୍ୟକତା ଅଛି ।

Related Posts