ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଭଙ୍ଗାରୁଜା ଘଟଣାରେ ଆକ୍ସନ ନେଇଛି ପୋଲିସ | ପୁଲିସର ୬ଟି ଟିମ୍‌ ବିଭିନ୍ନ ସ୍ଥାନରେ ରେଡ୍‌ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ନେଇ ଜାଲ ବିଛାଇଛି | ସେପଟେ ଏନେଇ ଅଭିଯୋଗ ହେବା ପରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି। ସେହିପରି ଅନ୍ୟ ଅଭିଯୁକ୍ତଙ୍କୁ ଖୋଜାଖୋଜି ଜାରି ରଖିଛି ପୁଲିସ।

ମୁଖ୍ୟମନ୍ତ୍ରୀଙ୍କ ବାଷଭବନ ଆଗରେ ଳାଗିଥିବା ସିସିଟିଭି କ୍ୟାମେରାକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ଏଥିସହ ସୁରକ୍ଷା ବଳୟକୁ ମଧ୍ୟ ଭଙ୍ଗ କରାଯାଇଛି। ନିକଟରେ ରିଲିଜ୍‌ ହୋଇଥିବା କାଶ୍ମୀର ଫାଇଲସ୍‌କୁ ବିଜେପି ପ୍ରମୋଟ କରୁଥିବା କହି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବିଧାନସଭାରେ କଠୋର ସମାଲୋଚନା କରିଥିଲେ।।

ଏହା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦଙ୍କୁ ଟାର୍ଗେଟ କରି ତାଙ୍କ ବାସଭବନରେ ବ୍ୟାପକ ଭଙ୍ଗାରୁଜା କରଥିଲେ। ଏହି ହିଂସାକାଣ୍ଡ ପାଇଁ ଦିଲ୍ଲୀ ଡେପୁଟି ମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ ବିଜେପିକୁ ଦାୟୀ କରିଛନ୍ତି। ଅରବିନ୍ଦ କେଜ୍ରିୱାଲଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି। ଅନ୍ୟ ଜଣେ ଆପ୍‌ ନେତା ସୌରଭ ଭରଦୱାଜ୍‌ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବିଜେପି ହତ୍ୟା ପାଇଁ ଯୋଜନା କରିଥିବା ସେ ଅଭିଯୋଗ ଆଣିଛନ୍ତି।

ବିଜେପିର କର୍ମୀମାନେ କେଜ୍ରିୱାଲଙ୍କ ଘରେ ଭଙ୍ଗରୁଜା କରିଥିବା ସେ ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ ବିଜେପି ଏମପି ତେଜସ୍ୱୀ ସୂର୍ଯ୍ୟଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କାଶ୍ମୀର ପଣ୍ଡିତଙ୍କ ଗଣହତ୍ୟା ମିଛ ବୋଲି କେଜ୍ରିୱାଲ କହିଥିବା କୁ ନେଇ ବିଜେପି କର୍ମୀମାନେ ଅଭିଯୋଗ ଆଣିଛନ୍ତି।