ମାନହାନୀ ମକଦ୍ଦମା ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ମନୀଷ ସିସୋଦିଆ, ଯୋଗେନ୍ଦ୍ର ଯାଦବ

ନୂଆଦିଲ୍ଲୀ: ଏକ ମାନହାନୀ ମକଦ୍ଦମା ମାମଲାରେ ଆପ ନେତାଙ୍କୁ ମିଳିଲା କ୍ଲିନ୍ ଚିଟ୍ । ଦିଲ୍ଲୀର ରାଉସ ଏଭିନ୍ୟୁ କୋର୍ଟ ସମସ୍ତ ନେତାଙ୍କୁ ନିର୍ଦ୍ଦୋଷ ବୋଲି କହିଛନ୍ତି । ଶନିବାର ମାଜିଷ୍ଟ୍ରେଟ୍ ବିଧି ଗୁପ୍ତା ମାମଲାର ଶୁଣାଣି କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍, ମନୀଷ ସିସୋଦିଆ, ଯୋଗେନ୍ଦ୍ର ଯାଦବଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ଏହି ନେତମାନଙ୍କ ବିରୋଧରେ ଅପରାଧିକ ଅପରାଧିକ ମାନହାନୀ ମାମଲା ହୋଇଥିଲା।

ସୁରେନ୍ଦ୍ର ଶର୍ମା ନାମକ ଜଣେ ଓକିଲ ଆପ୍‌ର ଏହି ନେତମାନଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଥିଲେ। ତାଙ୍କ ଅଭିଯୋଗ ଅନୁସାରେ, ତାଙ୍କୁ ୨୦୧୩ରେ ଦଳ ପକ୍ଷରୁ ପ୍ରାର୍ଥୀ ହେବାକୁ କୁହାଯାଇଥିଲା। ସେ ରାଜି ହୋଇ ପ୍ରସ୍ତୁତି କରୁଥିବା ବେଳେ ଶେଷ ମୁହୂର୍ତ୍ତରେ ତାଙ୍କ ପାର୍ଥୀପତ୍ର ରଦ୍ଦ କରିଦିଆଯାଇଥିଲା। ତାଙ୍କ ବିରୋଧରେ ମିଥ୍ୟ ଅଭିଯୋଗ ଲଗାଇ ପାର୍ଥୀପତ୍ର ରଦ୍ଦ କରିଦିଆଯାଇଥିଲା ବୋଲି ଶର୍ମା ଅଭିଯୋଗ କରିଥିଲେ।

କେବଳ ସେତିକି ନୁହେଁ ଅପ୍‌ ସଂସ୍ଥାପକ କେଜରିୱାଲ୍‌ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ମଧ୍ୟ ସେ ମାମଲାରେ ଦର୍ଶାଇଥିଲେ। ଏନେଇ ୧୪ ଅକ୍ଟୋବର ୨୦୧୩ରେ ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶ ପାଇଥିଲା। ଘଟଣାକୁ ଆପ୍‌ ନେତା ଅଶ୍ୱୀକାର କରିବା ସହ ନ୍ୟାୟକୁ ଅପେକ୍ଷା କରିଥିଲେ। ଆଉ ଆଜି କୋର୍ଟ ନ୍ୟାୟ ଦେଇ ଆପ୍‌ ନେତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

Related Posts