ଦିଲ୍ଲୀ ମ୍ୟୁନିସିପାଲଟି ନିର୍ବାଚନ: ୧୫ ପ୍ରାର୍ଥୀଙ୍କର ନାମାନଙ୍କନ ଭରିଲା ଅସଦୁଦ୍ଦିନ ଓୱେସୀଙ୍କ ଦଳ ଏଆଇଏମ୍‌ଆଇଏମ୍

ନୂଆଦିଲ୍ଲୀ: ଦିଲ୍ଲୀ ମ୍ୟୁନିସିପାଲଟି ନିର୍ବାଚନ କୁ ନେଇ ଅସଦୁଦ୍ଦିନ ଓୱେସୀଙ୍କ ଦଳ ଏଆଇଏମ୍‌ଆଇଏମ୍ ୧୫ ଜଣ ପ୍ରାର୍ଥୀଙ୍କର ନାମାନଙ୍କନ ଭରିଛି । ଦିଲ୍ଲୀର ବିଭିନ୍ନ ୱାର୍ଡ ପାଇଁ ନାମାଙ୍କନ ଭରିଛି AIMIM ଦଳ। ଏନେଇ ଦିଲ୍ଲୀରେ ଏକ ରାଲିକୁ ସମ୍ବୋଧନ କରିଥିଲେ ଦଳର ସଂସ୍ଥାପକ ଅସଦୁଦ୍ଦିନ ଓୱେସୀ।

ଏମ୍‌ସିଡିର କିଛି ୱାର୍ଡକୁ ଗୁରୁତ୍ୱ ଦିଆଯାଇ ନାହିଁ। ଏଥିପାଇଁ ଏହାର ବିକାଶ ହୋଇପାରି ନାହିଁ ବୋଲି ଓୱେସୀ କହିଛନ୍ତି।

ଗୁଜୁରାଟକୁ ଯାଆନ୍ତୁ ଦିଲ୍ଲୀର ସୀଲାମପୁରକୁ ଯାଆନ୍ତୁ। ଏହିସ୍ଥାନରେ ନା ବିକାଶ ହୋଇଛି ନା ସ୍କୁଲ ନିର୍ମାଣ ହୋଇଛି ବୋଲି ଓୱେସୀ କହିଛନ୍ତି। ସେହିପରି ସେ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ୍‌ଙ୍କୁ ଥଟା କରି ଛୋଟା ରିଚାର୍ଜ ବୋଲି କହିଛନ୍ତି। ଦିଲ୍ଲୀର ବିକାଶ ହୋଇ ନାହିଁ ବୋଲି ପୂର୍ବର କଂଗ୍ରେସ ସରକାରକୁ ଦାୟୀ କରିଛନ୍ତି। ସେହିପରି କୋଭିଡ୍‌ରେ ତବଲିଗି ଜମାତଙ୍କ ଉପରେ କଟକଣାକୁ ନେଇ କେଜରିୱାଲ୍‌କୁ ଦାୟୀ କରିଛନ୍ତି ଓୱେସୀ।

ସେହିପରି ଦିଲ୍ଲୀ ଦଙ୍ଗା ସିଏଏ, ଏନ୍‌ଆଇରସି ଆଦିକୁ ନେଇ ବିଜେପି ମଧ୍ୟ ଟାର୍ଗେଟ୍ କରିଥିଲେ ଓୱେସୀ। ସୂଚନା ଥାଉକି ୨୫୦ ଆସନ ବିଶିଷ୍ଟ ଏମ୍‌ସିଡି ନିର୍ବାଚନ ଡିସେମ୍ବର ୪ ତାରିଖରୁ ଆରମ୍ଭ ହେବ।

Related Posts