ଦିଲ୍ଲୀର ଜାହାଙ୍ଗିରପୁରୀ ହିଂସା ଘଟଣା: ଜବରଦଖଲ ଉଚ୍ଛେଦ ନୋଟିସକୁ ସୁମ୍ରିମକୋର୍ଟଙ୍କ ରୋକ

ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗିରପୁରୀ ହିଂସା ଘଟଣା କୁ ନେଇ ତୀବ୍ର ରାଜନୀତି ସହ ଆକ୍ସନ ରେ ପୋଲିସ | ଏହି ମାମଲାରେ ଦିଲ୍ଲୀର ହିଂସାକାଣ୍ଡସ୍ଥଳର ଜାହାଙ୍ଗିରପୁରୀରେ ଜବରଦଖଲ ଉଚ୍ଛେଦ ସମ୍ପର୍କରେ ନୋଟିସ ଆସିଥିଲା | ଯାହାକୁ ତୀବ୍ର ବିରୋଧ କରାଯିବା ସହ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ତେବେ ଆବଶ୍ୟକ ସମୟ ନଦେଇ ଉଚ୍ଛେଦ କାର୍ଯ୍ୟକ୍ରମ ପାଇଁ ମ୍ୟୁନ୍ସିପାଲଟି ସଜବାଜ ହେଉଥିବା ବେଳେ ଏହା ଉପରେ ରୋକ ଲଗାଇଛନ୍ତି ସୁମ୍ରିମକୋର୍ଟ।

ଜାହାଙ୍ଗିରପୁରୀ ବେଆଇନ ଉଚ୍ଛେଦ ଉପରେ ଆଜି ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ। ମାମଲାର ଶୁଣାଣି ଆସନ୍ତାକାଲି ରହିଛି। ଆସନ୍ତକାଲି ୨ଟା ବେଳେ ଦିଲ୍ଲୀ ହାଇକୋର୍ଟ ଶୁଣିବା ପାଇଁ ରାଜି ହୋଇଛନ୍ତି। ଜହାଙ୍ଗିରପୁରୀ ମାମଲାରେ ବରିଷ୍ଠ ଓକିଲ ଦୋଷ୍ୟନ୍ତ ଦେବ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଉକ୍ତ ଇଲାକାରେ ବେଆଇନ୍ ଉଚ୍ଛେଦ ପାଇଁ ଦିଆଯାଇଥିବା ତରବରିଆ ନୋଟିସ୍ ଅସାମ୍ବିଧାନିକ ବୋଲି ସେ କହିଛନ୍ତି ।

ସୂଚନା ଅନୁଯାୟୀ, ଦିଲ୍ଲୀରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିବା ଜାହାଙ୍ଗିରପୁରରରୁ ଜବରଦଖଲ ଉଚ୍ଛେଦ ସମ୍ପର୍କରେ ଉତ୍ତର ଦିଲ୍ଲୀ ମ୍ୟୁନ୍ସିପାଲ କର୍ପୋରେଶନପକ୍ଷରୁ ଘୋଷଣା କରାଯାଇଛି। ଏପ୍ରିଲ ୨୦ ଏବଂ ୨୧ ଦୁଇଦିନ ଧରି ସ୍ୱତନ୍ତ୍ର ଯୁଗ୍ମ ବେଆଇନ୍‌ ଉଚ୍ଛେଦ କାର୍ଯ୍ୟକ୍ରମ ଜରିଆରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କୁହାଯାଇଛି । ଉଚ୍ଛେଦସ୍ଥଳରେ ୪୦୦ ସୁରକ୍ଷାକର୍ମୀ ନିୟୋଜିତ ହେବେ ବୋଲି ମ୍ୟୁନ୍ସିପାଲ କର୍ପୋରେଶନ ପକ୍ଷରୁ କୁହାଯାଇଛି।

ବେଆଇନ ଉଚ୍ଛେଦ ସମ୍ପର୍କରେ ଦିଲ୍ଲୀ ବିଜେପି ମୁଖ୍ୟ ଆଦେଶ ଗୁପ୍ତା ଏନଡିଏମସି ମେୟରଙ୍କୁ ଚିଠି ଲେଖିଥିଲେ। ଜାହାଙ୍ଗିରପୁରୀ ହିଂସାରେ ଯେଉଁମାନେ ଅଭିଯୁକ୍ତ ସମ୍ପୃକ୍ତ ଅଛନ୍ତି ସେମାନଙ୍କର ବେଆଇନ ନିର୍ମାଣକୁ ଉଚ୍ଛେଦ ପାଇଁ ଚିଠିରେ ଉଲ୍ଲେଖ ରହିଛି। ସେଥିରେ ଆହୁରି ଉଲ୍ଲେଖ ରହିଛି ଯେ, ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ବେଳେ କିଛି ଅସାମାଜିକ ବ୍ୟକ୍ତି ଏହା ଉପରକୁ ଟେକା ପଥର ମାଡ଼ କରିଥିଲେ । ଏହି ଅସାମାଜିକ ତତ୍ତ୍ୱ ଓ ଦଙ୍ଗାକାରୀଙ୍କୁ ସ୍ଥାନୀୟ ଆପ୍ ବିଧାୟକ ଏବଂ କାଉନସିଲର ସୁରକ୍ଷା ଦେଉଛନ୍ତି। ଫଳରେ ସେମାନେ ସେଠାରେ ବଡ଼ ଆକାରରେ ବେଆଇନ ନିର୍ମାଣମାନ କରିଛନ୍ତି । ତେଣୁ ଦଙ୍ଗାକାରୀଙ୍କ ବେଆଇନ ନିର୍ମାଣସ୍ଥଳ ଚିହ୍ନଟ କରି ଉଚ୍ଛେଦ କରିବାକୁ ଚିଠିରେ ଉଲ୍ଲେଖ ରହିଛି।

ତେବେ ଏହି ଉଛେଦ ପକ୍ରିୟା ତରବରିଆ ଭାବେ କରାଯାଉଥିବା ନେଇ ପ୍ରତିବାଦ ପ୍ରକାଶ ପାଇଥିଲା | ଏଥିସହ ଏହି ଉଚ୍ଛେଦ ପକ୍ରିୟାରେ ରୋକ ଲଗାଇବା ନେଇ ଜହାଙ୍ଗିରପୁରୀ ମାମଲାରେ ବରିଷ୍ଠ ଓକିଲ ଦୋଷ୍ୟନ୍ତ ଦେବ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଉକ୍ତ ଇଲାକାରେ ବେଆଇନ୍ ଉଚ୍ଛେଦ ପାଇଁ ଦିଆଯାଇଥିବା ତରବରିଆ ନୋଟିସ୍ ଅସାମ୍ବିଧାନିକ ବୋଲି ସେ କହିଛନ୍ତି ।

Related Posts