କଂଗ୍ରେସରେ ଯେମିତି ଶୃଙ୍ଖଳା ରହିବା କଥା ତାହା ଆଉ ରହିଲାନି: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ ପିସିସି ସଭାପତିକୁ ନେଇ ଚର୍ଚ୍ଚା ଜୋର ଧରିଛି । କିଏ ହେବ ନୂତନ ପିସିସି ସେନେଇ ଅନେକ କଳ୍ପନାଜଳ୍ପନା ଚାଲିଛି । ଏହା ମଧ୍ୟରେ ପିସିସି ସଭାପତି ପରିବର୍ତନକୁ ନେଇ ଚର୍ଚା ଚାଲିଥିବା ବେଳେ ଏ ନେଇ ମୁହଁ ଖୋଲିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ତେବେ ନେତା ଶୃଙ୍ଖଳିତ ହେଲେ କଂଗ୍ରେସ ସୁଦୃଢ଼ ହେବ। କଂଗ୍ରେସରେ ଯେମିତି ଶୃଙ୍ଖଳା ରହିବା କଥା ତାହା ରହିଲାନି। ପରିବାର ଭଳି ଦଳ ଭିତରେ ଶୃଙ୍ଖଳା ରହିଲେ ଦଳ ସୁଦୃଢ଼ ରହିବ। ଆଗ ନେତା ଶୃଙ୍ଖଳିତ ହୁଅନ୍ତୁ, ପରେ କର୍ମୀଙ୍କ କଥା କହିବା। ସାଧୁତା ଏବଂ ଆନ୍ତରିକତା ନଥିଲେ ଦଳ ଦୃଢ଼ ହେବନି ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ସେପଟେ ଜଣେ ବିଧାୟକ ପିସିସି ସଭାପତି ହେଲେ ଭଲ। ହାଇକମାଣ୍ଡ ଯଦି ବିଧାୟକଙ୍କ ସ୍ଥାନରେ ଅନ୍ୟ କାହାକୁ ସଭାପତି କରନ୍ତି ତାହାଲେ ମଧ୍ୟ ଦଳ ତାଙ୍କୁ ସମର୍ଥନ କରିବ। ବିଧାୟକ ଦଳ ନେତା ମଧ୍ୟ ପରିବର୍ତନ ହେବାର ଆବଶ୍ୟକତା ରହିଛି ବୋଲି ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି।

ଅପରପକ୍ଷରେ ଜଣେ ବିଧାୟକଙ୍କୁ ପିସିସି ସଭାପତି କରା ନ ଗଲେ ଦଳରେ ଅସନ୍ତୋଷ ସୃଷ୍ଟି ହେବ ବୋଲି ଚେତାବନୀ ଦେଇଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀପତି। ତାରା କହିଛନ୍ତି ଯେ ଜଣେ ବିଧାୟକ ସଭାପତି ହେଲେ ତାଙ୍କ ସହ ୯ଜଣ ବିଧାୟକ ବୁଲିବେ ଓ ଦଳ ଦମ୍ ଦେଖାଇ ପାରିବ। କିନ୍ତୁ ବିଧାୟକ ବାଦ୍ ଅନ୍ୟ କାହାକୁ ହେଲେ ଦଳରେ ଅସନ୍ତୋଷ ରହିବ। ରାହୁଲ ଗାନ୍ଧୀଙ୍କୁ ଏ ବାବଦରେ ଜଣାଇବୁ, ମାତ୍ର ଦଳ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ। କଂଗ୍ରେସ ଦଳରେ ନବକଳେବର ହେବ ଓ ସଂଗଠନ ସୁଦୃଢ଼ ହେଲେ ଲୋକଙ୍କ ବିଶ୍ବାସ ବଢ଼ିବ ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts