ଦିଲ୍ଲୀର ବହୁ ଚର୍ଚ୍ଚିତ ଉପହାର ସିନେମା ହଲ୍‌ରେ ପୁଣି ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ବହୁ ଚର୍ଚ୍ଚିତ ଉପହାର ସିନେମା ହଲ୍‌ରେ ଅଗ୍ନିକାଣ୍ଡ | ରବିବାର ସକାଳେ ଗ୍ରୀନ୍‌ ପାର୍କ ମେଟ୍ରୋ ଷ୍ଟେସନ ନିକଟରେ ଥିବା ଉପହାର ସିନେମା ହଲରେ ଅଗ୍ନିକାଣ୍ଡ ଘଟିଛି | ଅଗ୍ନିକାଣ୍ଡ ସଂକ୍ରାନ୍ତରେ ଭୋର୍‌ ୪.୪୬ରେ ସୂଚନା ମିଳିବା ପରେ ଘଟଣାସ୍ଥଳକୁ ୯ଟି ଦମକଳ ପଠାଯାଇଥିଲା। ସକାଳ ୭.୨୦ ସୁଦ୍ଧା ନିଆଁ ଲିଭାଯାଇଥିଲେ ମଧ୍ୟ ପ୍ରେକ୍ଷାଳୟରେ ଥିବା ସିଟ୍‌, ଆସବାବ୍‌ପତ୍ର ଏବଂ ବର୍ଜ୍ୟ ସମାଗ୍ରୀଗୁଡ଼ିକ ନିଆଁରେ ପୋଡ଼ିଯାଇଛି ବୋଲି ଦିଲ୍ଲୀ ଫାୟାର୍‌ ସର୍ଭିସ୍‌ର ନିର୍ଦେଶକ ଅତୁଲ ଗର୍ଗ କହିଛନ୍ତି।

୫ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି। ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ସର୍ଟ ସର୍କିଟ୍‌ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି।

ନିଆଁ ଲାଗିଯିବାରୁ ‌ଉକ୍ତ ପ୍ରେକ୍ଷାଳୟର ବାଲ୍‌କୋନି ଓ ଗୋଟିଏ ଚଟାଣ ପ୍ରଭାବିତ ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। କିନ୍ତୁ, ଏହି ଅଗ୍ନିକାଣ୍ଡ ଯୋଗୁଁ କେହି ଆହତ ହୋଇ ନ ଥିବା ରିପୋର୍ଟ ମିଳିଛି।

ଉଲ୍ଲେଖ ଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ୧୯୯୭ ମସିହାରେ ଏହି ସିନେମା ହଲରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗି ୫୯ ଜଣଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।

୧୩ ଜୁନ୍‌ ୧୯୯୭ରେ ଘଟିଥିବା ଏହି ଘଟଣାରେ ଅଭିଯୁକ୍ତ ଥିବା ସୁଶିଲ ଅସଂଲ ଏବଂ ଗୋପାଲ ଅସଂଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟ୍‌କା ଲାଗିଥିଲା। ଟ୍ରାଏଲ କୋର୍ଟର ସାତ ବର୍ଷର ଦଣ୍ଡଦେଶକୁ ସ୍ଥଗିତ ରଖିବାକୁ ହାଇକୋର୍ଟ ମନା କରି ଦେଇଛନ୍ତି। ସୁଶୀଲ ଅସଂଲ ଏବଂ ଗୋପାଳ ଅସଂଲ ଙ୍କସମେତ ଅନ୍ୟ ଅଭିଯୁକ୍ତଙ୍କ ଆବେଦନ ଉପରେ ମଧ୍ୟ ଦିଲ୍ଲୀ ହାଇକୋର୍ଟ ନିଜ ରାୟ ଶୁଣାଇଥିଲେ।

Related Posts