ନୂଆଦିଲ୍ଲୀ: ଲକ୍ଷ, ଇଛା, ମନୋବଳ ଦୃଢ ଥିଲେ ଅସମ୍ଭବ ବି ସମ୍ଭବ ହୋଇପାରିବ | ସେଥପାଇଁ ଦୃଢ ଇଛା ଶକ୍ତି ରହିବା ଦରକାର | ଯେଉଁଠି ଇଚ୍ଛା ଶକ୍ତି ଅଛି ସେଠି ଆପେ ଆପେ ମିଳିଯାଏ ବାଟ | ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଡେନ୍ ପାରକର। ଏକ ଦୁର୍ଘଟଣାରେ ସେ ନିଜର ଦୁଇ ଆଖି ହରାଇ ବସିଥିଲେ। ତଥାପି ୩୩୯ କିମି ସ୍ପିଡରେ ଗାଡି ଚଲାଇ କରିଛନ୍ତି ଗିନିଜ ୱାର୍ଲ୍ଡ ରେକର୍ଡ।
ସମାଜରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜକୁ ଦୁର୍ବଳ ଭାବନ୍ତି ଏବଂ ନିଜ ଭିତରେ ତ୍ରୁଟି ଖୋଜିବା ଆରମ୍ଭ କରନ୍ତି । ସେମିତି ଲୋକଙ୍କ ପାଇଁ ଡେନ୍ ପାର୍କର ପ୍ରେରଣାର ଏକ ଉତ୍ସ। ସେ ପ୍ରମାଣ କରିଛନ୍ତି ଯେ, ଯାହାର ମନୋବଳ ଦୃଢ ସେ ଅସମ୍ଭବ କାମକୁ କରିପାରେ ସମ୍ଭବ।
ଡେନ୍ ପାର୍କର। ଲକ୍ଷ୍ୟରେ ପୂରା ପକ୍କା। ଦୃଷ୍ଟି ଶକ୍ତି ହରାଇବି ଭାଙ୍ଗିନଥିଲେ ମନୋବଳ। ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ନିଜ ନାଁ ଲେଖଇବାକୁ ଭିଡିଥିଲେ ଅଣ୍ଟା। ବଡ଼କଥା ହେଉଛି ଏହି ରେକର୍ଡ ତିଆରି କରିବା ପାଇଁ ଡେନ୍ ପାର୍କର ନିଜ ଦୁର୍ଘଟଣାର ଦଶମ ବାର୍ଷିକୀ ଦିନକୁ ହିଁ ବାଛିଥିଲେ। ଯାହାକୁ ସର୍ବଦା ସେ ମନେ ରଖି ପାରିବେ।
ମାର୍ଚ୍ଚ ୩୧ରେ, ଡେନ୍ ପାର୍କର ଘଣ୍ଟା ପ୍ରତି ୩୩୯.୬୪ କିଲୋମିଟର ବେଗରେ କାର୍ ଚଲାଇ କରିଛନ୍ତି ରେକର୍ଡ। ପାର୍କ ଏଥିପାଇଁ ୧୦ବର୍ଷ କଠିନ ପରିଶ୍ରମ କରୁଥିଲେ ଆଉ ଶେଷରେ ସ୍ୱପ୍ନ ପୂରଣ କରିଥିଲେ।
ପ୍ରାୟ ୧୦ବର୍ଷ ପୂର୍ବେ ଡାନ ପାର୍କର କାର୍ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣାରେ ସେ ନିଜର ଦୁଇ ଆଖି ହରାଇଥିଲେ। ଏହା ପରେ ମଧ୍ୟ ସେ କେବେ ହାର୍ ମାନି ନଥିଲେ, ଜୀବନରେ ଲକ୍ଷ୍ୟ ସ୍ଥିର କରିଥିଲେ । ଆଉ ଶେଷରେ ସଫଳ ହୋଇଥିଲେ।
ନ୍ୟାସନାଲ ଫେଡେରେସନ୍ ଅଫ୍ ବ୍ଲାଇଣ୍ଡ ଡ୍ରାଇଭ ଚ୍ୟାଲେଞ୍ଜ ଅଧୀନରେ ଅଡିଓ ଗାଇଡେସନ୍ ସିଷ୍ଟମ ସାହାଯ୍ୟରେ ଡାନ ପାର୍କର କାର ଚଳାଇ ନିଜର ସ୍ଥିତି ହାସଲ କରିଛନ୍ତି ।
