ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ିବା ଘଟଣାରେ ବ୍ୟକ୍ତି ଅଟକ; ପୋଲିସ ପକ୍ଷରୁ ଚାଲିଛି ଅଧିକ ପଚରାଉଚରା

ଭୁବନେଶ୍ୱର,୧୨/୯(ସତ୍ୟପାଠ ବ୍ୟୁରୋ):  ଶ୍ରୀମନ୍ଦିର ଦଧିନଉତି ଉପରକୁ ଚଢ଼ି ଶ୍ରୀମନ୍ଦିର ଥାନାରେ ଅଟକ ବୟସ୍କ ବ୍ୟକ୍ତି। ଗତକାଲି ରାତିରେ ଜଣେ ବ୍ୟକ୍ତିଯାଇଥିଲେ ଜଣେ ବ୍ୟକ୍ତି। ସୁରକ୍ଷା ବଳୟ ଭାଙ୍ଗି କିପରି ସେ ଦଧିନଉତି ଉପରକୁ ଚଢ଼ିଗଲେ, ତାହା ଅସ୍ପଷ୍ଟ ରହିଛି। ଚୁନରା ସେବକ ଚଢ଼ୁଥିବା ସିକୁଳି ଦେଇ ସେ ଦଧିନଉତି ଉପରକୁ ଚଢ଼ି ଯାଇଥିଲେ ବୋଲି ଜଣାପଡ଼ିଛି। ବହୁ ଉଦ୍ୟମ କରି ତାଙ୍କୁ ତଳକୁ ଅଣାଯାଇଥିଲା।

ତେବେ ସେ ଶ୍ରୀମନ୍ଦିର ଦଧି ନଉତି ଉପରେ ଚଢ଼ିବା ସହ ସେଠାରେ ଅନେକ ସମୟ ଧରି ବୁଲା ଚଲା କରିଥିଲେ। ବ୍ୟକ୍ତି ଜଣଙ୍କୁ ତଳକୁ ଓହ୍ଲାଇ ଅଣାଯିବା ପରେ ତାଙ୍କୁ ସିଂହଦ୍ୱାର ଥାନାରେ ଅଟକ ରଖାଯାଇଛି। ବ୍ୟକ୍ତି ଜଣକ ବୟସ୍କ ଏବଂ ବିଚଳିତ ରହିଥିବାରୁ ତାକୁ କିଛି ସମୟ ପରେ ପଚରା ଉଚରା କରାଯିବ ବୋଲି କହିଛି ପୋଲିସ । ପ୍ରାରମ୍ଭିକ ଭାବରେ ବ୍ୟକ୍ତି ଜଣକ ଛତ୍ରପୁରର ବୋଲି ଦାବି କରିଛି। ତେବେ ପଚରାଉଚରା ସବୁକିଛି ସ୍ପଷ୍ଟ ହେବ।

ତେବେ ଏବେ ବଡ଼ ପ୍ରଶ୍ନ ଛିଡ଼ା ହୋଇଛି ବ୍ୟକ୍ତି ଜଣଙ୍କ କିଭଳି ଭା‌ବେ ପୋଲିସର ସୁରକ୍ଷା ବଳୟକୁ ଭେଦ କରି ଚଢିଲେ । କୁହାଯାଉଛି କି ଚୁନରା ସେବକମାନେ ଯେଉଁ ଶିକୁଳି ବାଟ ଦେଇ ଚଢିଥାନ୍ତି ସେହି ବାଟ ଦେଇ ସେ ଚଢିଥିବା ଖବର ଆସୁଛି । ଏ ନେଇ ପୋଲିସ ଏସପି ପିନାକ ମିଶ୍ର କହିଛନ୍ତି କି, ପ୍ରାଥମିକ ତଦନ୍ତରୁ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଗଞ୍ଜାମ ଜିଲ୍ଲା ଛତ୍ରପୁର ଭାସ୍କରରାଓ ପେଟା ସାହିର ବଳରାମ ମହାରଣା ତାଙ୍କ ଵାସଭଵନରୁ ଗତ ମଙ୍ଗଳବାର ରାତ୍ରିରୁ କୁଆଡେ ଚାଲି ଯାଇଥିଲେ। ତାଙ୍କ ବୟସ ୬୦ ବର୍ଷ ହେବ ବୋଲି ଜଣାପଡ଼ିଛି ।

Related Posts