ବିକାଶ କାମ ଯାହା ଚାଲିଛି; ତାହାର ଖରାପ ପ୍ରଭାବ ଯେପରି ଶ୍ରୀମନ୍ଦିର ଉପରକୁ ନପଡ଼ୁ: ଶଙ୍କରାଚାର୍ଯ୍ୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏହ ମଧ୍ୟରେ ଏହି ପ୍ରସଙ୍ଗ ଉପରେ ଏବେ ଜଗଦଗୁରୁ ଶଙ୍କରାଚାର‌୍ୟ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ବିକାଶ କାମ ଯାହା ଚାଲିଛି, ତାର ଖରାପ ପ୍ରଭାବ ନପଡୁ । ଶ୍ରୀମନ୍ଦିରର ଭବିଷ୍ୟତ ଓ ବର୍ତ୍ତମାନ ପ୍ରତି ଯେପରି କୌଣସି ଆଘାତ ନପହଞ୍ଚେ ତା ଉପରେ ନଜର ଦେବାର ଆବଶ୍ୟକତା ରହିଛି । ଯାହା କାମ ଚାଲିଛି ତାହା ମନ୍ଦିର ଉପରେ ପ୍ରଭାବ ପଡ଼ିପାରେ। ତାଙ୍କ ଅନୁପସ୍ଥିତିରେ କାମ କରାଯାଉଛି । ପ୍ରଶାସନ ତାଙ୍କ ସହ ଆଲୋଚନା କରିବାର ଥିଲା। ଅନ୍ୟପଟରେ ରାତି ଅଧିଆ ଜିପିଆର ସର୍ଭେକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସମ୍ବିତ ପାତ୍ର ପ୍ରଶ୍ନ ଉଠାଇଛନ୍ତି। ଶ୍ରୀ ପାତ୍ର କହିଛନ୍ତି ଯେ ପୁରୀ ସାଂସଦ ପିନାକୀ ମିଶ୍ର ମିଛ କହିଛନ୍ତି ।

ଓବିସିସି, ଏଏସଆଇକୁ ନେଇ ମିଳିତ ଭାବେ ସର୍ଭେ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେଣୁ ଏଏସଆଇକୁ ସାଙ୍ଗରେ ନନେଇ ଓବିସିସି କିଭଳି ଏକୁଟିଆ ଜିପିଆର ସର୍ଭେ କରୁଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ରାତିଅଧିଆ ଜିପିଆର ସର୍ଭେକୁ ନେଇ ସମ୍ବିତ ପାତ୍ରଙ୍କ ପ୍ରଶ୍ନର ସୋସିଆଲ ମିଡିଆରେ ବିଜେଡି ନେତ୍ରୀ ସୁଲତା ଦେଓ ଉତ୍ତର ରଖିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପୂର୍ବରୁ ଜିପିଆର ସର୍ଭେ କରାଯାଇଥିଲା । ଡିପିଆର ସହ ଏହାକୁ ଜାତୀୟ ସ୍ମାରକୀ ପ୍ରାଧିକରଣଙ୍କ ନିକଟରେ ଜମା କରାଯାଇଛି । ଏହାକୁ ଆଧାର କରି ପ୍ରକଳ୍ପ ଅଂଚଳରେ ଅଭ୍ୟର୍ଥନା କକ୍ଷ କରିବାକୁ ଏନଏମ୍ଏ ଅନୁମତି ଦେଇଥିଲେ । ତେବେ ଅଭ୍ୟର୍ଥନା କକ୍ଷର ଉଚ୍ଚତା ଅଧିକ କରିବା ପାଇଁ ରାଜ୍ୟ ସରକାର ଚାହିଁବାରୁ ଏହାକୁ ଶ୍ରୀମନ୍ଦିର ୧୦୦ ମିଟର ପରିଧିର ବାହାରକୁ ଘୁଂଚାଇ ଦେବା ପାଇଁ କୁହାଯାଇଛି ।

Related Posts