ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ଇଂରାଜୀ ନୂତନ ବର୍ଷରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରି ପାରିବେ ଭକ୍ତ ଓ ଶ୍ରଦ୍ଧାଳୁ । ଏଥିପାଇଁ ମଞ୍ଚେଶ୍ୱର ଘାଟ ପଟୁ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ ହେବ। ଆସନ୍ତା ୯ ତାରିଖରୁ ଏଥିପାଇଁ ଟେଣ୍ଡର ହେବ । ଏହାସହିତ ଆସନ୍ତା ୧୫ ତାରିଖରୁ ଏହି ଅସ୍ଥାୟୀ ରାସ୍ତା କାର୍ଯ୍ୟ ଆରମ୍ଭ ହେବ । ଏହି କାର୍ଯ୍ୟକୁ ଡ଼ିସେମ୍ବର ୩୦ ତାରିଖରେ ଶେଷ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ନାମା ଜାରି । ଆସନ୍ତା ଜାନୁଆରୀ ପହିଲାରୁ ଅସ୍ଥାୟୀ ରାସ୍ତା ଯୋଗେ ପୀଠ ମଧ୍ୟକୁ ଯାଇ ପାରିବେ ଭକ୍ତ ।
ସୂଚନାଯୋଗ୍ୟ ଯେ, ଗୁଜରାଟର ମୋର୍ବି ଝୁଲା ପୋଲ ଦୁର୍ଘଟଣା ପରେ ଧବଳେଶ୍ୱର ଝୁଲାପୋଲ କୁ ଅସୁରକ୍ଷିତ ଦର୍ଶାଯାଇଥିଲା। ଏଥିପାଇଁ ଦୀର୍ଘ ଏକ ମାସରୁ ଅଧିକ ଦିନ ଧରି ବନ୍ଦ ରହିଛି ଧବଳେଶ୍ୱରଙ୍କ ସାଧାରଣ ଦର୍ଶନ । ଏବେ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇ ପୁନର୍ବାର ଦର୍ଶନ ଆରମ୍ଭ କରାଯିବ। ଏନେଇ ସୂଚନା ଦେଇଛନ୍ତି ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ଵାଇଁ ।





