ବନ୍ଦ ରାସ୍ତା ପାଇଁ ବିବାହ ପରେ ଧାରଣାରେ ବସିଲେ ବର: ସୋସିଆଲ ମିଡ଼ିଆରେ ଭାଇରାଲ

ଡେରାଡୁନ : ଉତ୍ତରାଖଣ୍ଡରେ ଜଣେ ବର ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ବିବାହ ପାଇଁ କନ୍ୟାଘରେ କଷ୍ଟେମଷ୍ଟେ ପହଞ୍ଚି ବିବାହ ପରେ ଧାରଣାରେ ବସିଥିବା ଘଟଣା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଖରାପ ହୋଇଯାଇଥିବା ରାସ୍ତାକୁ ୨୦ ଦିନ ଧରି ବନ୍ଦ କରାଯାଇଥିଲା। ଏହା ଉପର ଦେଇ ଯାତାୟତ ବନ୍ଦ ରହିଥିଲା। ହୈଡାଖାନଠାରୁ ରିଠାସାହିବ ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିଥିଲା। ଏହା ଦ୍ୱାରା ପ୍ରାୟ ୨୦୦ ଗାଁକୁ ଯିବା ଆସିବାରେ ସମସ୍ୟା ଉପୁଜୁଥିଲା। ଏନେଇ ଲୋକେ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେବାପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା।

ବିବାହ କରିବାକୁ ଆସି ବରଙ୍କୁ ବରଯାତ୍ରୀଙ୍କ ସହିତ ପାଦରେ ଚାଲିଚାଲି କନ୍ୟା ଘରେ ପହଞ୍ଚିବାକୁ ପଡ଼ିଥିଲା।

ଭୂସ୍ଖଳନ ପରେ ୩୮୦ ମିଟର ରାସ୍ତା ଉପରେ ମାଟି ଜମି ଯାଇଥିବାରୁ ଯୋଗାଯୋଗ ବ୍ୟହତ ହୋଇଥିଲା। ଏନେଇ ସ୍ଥାନୀୟ କଂଗ୍ରେସ ନେତା ୟଶପାଲ ଆର୍ଯ୍ୟ ଧାରଣାରେ ବସିଥିଲେ।

ବିବାହ ପରେ ବର ମଧ୍ୟ ଆସି କଂଗ୍ରେସ ନେତାଙ୍କ ସହିତ ଧାରଣାରେ ପହଞ୍ଚିି ବସି ଯାଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ପ୍ରଶାସନ ପକ୍ଷରୁ ରାସ୍ତାରେ ଜମା ହୋଇଥିବା ମାଟି ହଟାଇବା କାର୍ଯ୍ୟ ଆରମ୍ଭ ହୋଇଥିଲା ।

Related Posts