ଧାମନଗର ଉପନିର୍ବାଚନ: ଅପରାହ୍ନ ୩ଟା ସୁଦ୍ଧା ୫୨.୧୩ ପ୍ରତିଶତ ମତଦାନ

ଭଦ୍ରକ: ଧାମନଗରରେ ଉପନିର୍ବାଚନକୁ ନେଇ ମତଦାନ ଚାଲିଥିବା ବେଳେ, ଅପରାହ୍ନ ୩ଟା ସୁଦ୍ଧା ୫୨.୧୩ ପ୍ରତିଶତ ମତଦାନ ହୋଇଛି।

ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏ ଚାଲିବ। ୨୫୨ ପୋଲିଂ ପାର୍ଟି, ୧ ହଜାର ୮ ଜଣ ପୋଲିଂ କର୍ମଚାରୀଙ୍କ ଉପସ୍ଥିତିରେ ୨୫୨ଟି ବୁଥ୍‌ରେ ଚାଲିଛି ଭୋଟଦାନ ପ୍ରକ୍ରିୟା ।

ଏଥିରେ ୫ଟି ପିଙ୍କ ବୁଥ୍‌ ଥିବା ବେଳେ ୨୦ଟି ଆଦର୍ଶ ବୁଥ୍‌ ରହିଛି । ତେବେ ନିର୍ବାଚନର ଫଳାଫଳ ଆସନ୍ତା ୬ ତାରିଖରେ ପ୍ରକାଶ ପାଇବ।

Related Posts