ଭଦ୍ରକ : ଧାମନଗର ଉପନିର୍ବାଚନ କୁ ନେଇ ପ୍ରଚାର ଜୋରଦାର ଚାଲିଥିବା ବେଳେ, ଆଦର୍ଶ ଆଚରଣ ବିଧି ଉଲଂଘନ ଅଭିଯୋଗ ଆଣି ଜିଲ୍ଲାପାଳଙ୍କୁ ଭେଟିଛି ବିଜେପିର ହାଇ ଲେବେଲ ଟିମ୍ । ଧାମନଗର ଉପନିର୍ବାଚନ ପୂର୍ବରୁ ବିଜେପି ଏମିତି ଅଭିଯୋଗ ଆଣିଛି ।
ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଭରଚୁଆଲ ପ୍ରଚାରରେ ଅଧିକ ଲୋକଙ୍କୁ ସାମିଲ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଚାପ ପକାଉଥିବା ଅଭିଯୋଗ ନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଆଣିଛି । ଏ ନେଇ ବିଜେପି ନିକଟରେ ଥିବା ପ୍ରମାଣ ମଧ୍ୟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।
ଦଳୀୟ କାର୍ଯ୍ୟରେ ସରକାରୀ କର୍ମଚାରୀ ସାମିଲ ହେଉଛନ୍ତି । ନିର୍ଦ୍ଧାରିତ ସମୟ ପୂର୍ବରୁ ଭତ୍ତା ଦିଆଯାଉଥିବା ବିଜେପି ଅଭିଯୋଗ ଆଣିଛି ।
