
ଭୁବନେଶ୍ୱର : ଧାମନଗର ଉପନିର୍ବାଚନକୁ ନେଇ ପ୍ରଚାର ମଇଦାନ ଜମୁଥିବା ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ସେପଟେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ନଭେମ୍ବର ୧ ତାରିଖରେ ପୁଣି ଥରେ ଧାମନଗରରେ ପ୍ରଚାର କରିବେ ।
ଧୁସୁରିର ବାସନ୍ତି ପଡିଆ ଠାରେ ଆୟୋଜିତ ଜନସଭାକୁ କେନ୍ଦ୍ରମନ୍ତ୍ରୀ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।
ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅକ୍ଟୋବର ୨୮ ଓ ଅକ୍ଟୋବର ୨୯ ଦୁଇ ଦିନ ଧରି ଧାମନଗର ବ୍ଲକର ଦୋବଲ ବଜାର, ଧାମନଗର ଏନଏସିର ମେଡିକାଲ ବଜାର, କୋଠାର ପଂଚାୟତ ଓ ଅସୁରାଳୀରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ପ୍ରଚାର କରିଥିଲେ ।
ଶହୀଦ ନଗର ସ୍ଥିତ ଲୁଣିଆ ଶହୀଦ ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେହିପରି ତିହିଡି ବ୍ଲକର ପାଳିଆ ବଜାର, ଦୋଳ ସାହୀ, ଦୋଳସାହୀ ଓ ଗୁଆମାଳ, ବିଲଣା, ବୋଡକ ପଂଚାୟତରେ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ମଧ୍ୟ ଶ୍ରୀ ପ୍ରଧାନ ପ୍ରଚାର କରିଥିଲେ ।