
ଭୁବନେଶ୍ୱର: ନଭେମ୍ବର ୮ରେ ଲାଗୁଛି କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ । ଚଳିତ ବର୍ଷର ଏହା ଶେଷ ଚନ୍ଦ୍ରଗ୍ରହଣ । ତେବେ ଚନ୍ଦ୍ରଗ୍ରହଣ କୁ ନେଇ ଶ୍ରୀଲିଙ୍ଗରାଜଙ୍କ ନୀତିରେ ନୂଆ ସାରଣୀ ପ୍ରକାଶ ପାଇଛି ।
ଚନ୍ଦ୍ରଗ୍ରହଣ ପାଇଁ ୮ ତାରିଖର ନୀତିକାନ୍ତି ଓ ପାକକାର୍ଯ୍ଯ ବନ୍ଦ ରହିବ । ୭ ତାରିଖରେ ରାତି ୨ଟା ୩୭ ମିନିଟରୁ ୮ ତାରିଖ ୬ଟା ୨୧ ଯାଏ ବନ୍ଦ ରହିବ । ୮ ତାରିଖ ନୀତିକାନ୍ତି ୭ ତାରିଖ ରାତି ୧୨ଟାରୁ ଆରମ୍ଭ ହେବ ।
ରାତ୍ର ୨ଟା ୩୦ ସୁଦ୍ଧା ଭୋଗ ମଣ୍ଡପ ନୀତି ଶେଷ କରାଯିବ । ୮ ତାରିଖ ସନ୍ଧ୍ୟା ୬ଟା ୨୧ରେ ପୂର୍ଣ୍ଣମୋକ୍ଷ ପରେ ଦିନ ନୀତି ହେବ । ୮ ତାରିଖ ସନ୍ଧ୍ଯା ୬ଟା ୨୧ ଯାଏଁ ଭୋଗ ଦୋକାନ ବନ୍ଦ ରହିବ ।