ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେ୍ଦବ ଲୋକଙ୍କ ଉପରକୁ ଗାଡ଼ି ଚଢ଼ାଇଦେବା ମାମଲାରେ ପ୍ରତିକ୍ରିୟର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଜଣେ ବିଧାୟକ ଅମାନୁଷିକ ବାବେ ଗାଡି ଚଢାଇଦେବା ରାଜ୍ୟରେ ପ୍ରଥମ । ଏହି ଘଟଣାକୁ ଯେତେ କଡା ଶବ୍ଦରେ କହିଲେ ବି କମ ହେବ । ଏହି ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେପଟେ ପଞ୍ଚାୟତ ନିର୍ବାଚନ ସମୟରେ ଶାସକ ଦଳର ହିଂସାତ୍ମକ କାର୍ୟ୍ୟ ଉପରେ ମୁଁ ଉଦବେଗ ପ୍ରକାଶ କରିଥିଲି । ରାଜ୍ୟ ପ୍ରଶାସନ ଏ ଘଟଣା ଗୁଡ଼ିକରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କଲା ଭଳି ଅନୁଭବ ହେଉନାହିଁ ।
ପୌର ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ଅନେକ ସ୍ଥାନରେ ପ୍ରାକ୍ ହିଂସା ଘଟିବା ଚିନ୍ତା ଓ ପରିତାପର ବିଷୟ । ଗତକାଲି ବିଳମ୍ବିତ ରାତ୍ରୀରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ବିଜେପି କାର୍ୟ୍ୟକର୍ତ୍ତାଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ମୁଁ ନିନ୍ଦା କରୁଛି । ଆହତ ହୋଇଥିବା କାର୍ୟ୍ୟକର୍ତ୍ତାଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ପ୍ରଶାସନ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
