ବଢ଼ୁଛି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଅଡ଼ୁଆ

ଭୁବନେଶ୍ୱର: ବିବାଦରେ ମନ୍ତ୍ରୀ । ଗୃହ ଓ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ମମିତା ନିଖୋଜ ଘଟଣାରେ ବିରୋଧୀମାନେ ମନ୍ତ୍ରୀଙ୍କୁ ଟାର୍ଗେଟ କରୁଛନ୍ତି । କଂଗ୍ରେସ ଏବଂ ବିଜେପି ପକ୍ଷରୁ ଘନ ଘନ ପ୍ରେସମିଟ୍ କରି ମନ୍ତ୍ରୀଙ୍କୁ ଟାର୍ଗେଟ କରୁଛନ୍ତି । ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀଙ୍କ ସମ୍ପୃକ୍ତିଥିବା ବାରମ୍ବାର ଅଭିଯୋଗ କରି ଆସୁଛନ୍ତି ବିରୋଧୀ । ସେପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ବାରମ୍ବାର ପ୍ରେସମିଟ୍ କରି ମନ୍ତ୍ରୀଙ୍କ ବିରୋଧରେ ବିଭିନ୍ନ ତଥ୍ୟ ପ୍ରମାଣ ଦେଉଥିବା ବେଳେ ବିଜେପି ପକ୍ଷରୁ ମଧ୍ୟ ମନ୍ତ୍ରୀଙ୍କ ସମ୍ପୃକ୍ତିକୁ ନେଇ ବିଭିନ୍ନ ନିନ୍ଦା କରାଯାଉଛି । ବିରୋଧୀଙ୍କ ଗୋଟିଏ ଜିଦ୍ ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ପଦରୁ ସେ ଇସ୍ତଫା ଦିଅନ୍ତୁ । ତେବେ ସେପଟେ ମହାଲିଙ୍ଗ ପଡ଼ିଆରୁ ଗୋଟିଏ ମୃତଦେହ ଠାବ ହୋଇଥିବାବେଳେ ତାହା କାହାର ସ୍ପଷ୍ଠ ହୋଇନାହିଁ । ତେବେ ବିରୋଧୀଙ୍କ ବାରମ୍ବାର ଟାର୍ଗେଟ ପରେ କେବେ ମୁଖ୍ୟମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଉପରେ ଆକ୍ସନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Related Posts