ଉତ୍ତର ପ୍ରଦେଶ ନିର୍ବାଚନରେ ୪୦ପ୍ରତିଶତ ମହିଳା ଟିକେଟ ଦେବ କଂଗ୍ରେସ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଦୀର୍ଘ ବର୍ଷ ଧରି କ୍ଷମତାଠାରୁ ଦୂରରେ ରହିଥିବା କଂଗ୍ରେସ ଦଳ ବିଧାନସଭା ନିର୍ବାଚନ ପୂର୍ବରୁ ଆକ୍ସନ୍ ମୁଡ୍ ରେ ଆସିଛି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଜନସମର୍ଥନ ବଢ଼ାଇବାକୁ ପ୍ରୟାସ ଜାରି ରଖିଛନ୍ତି। ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀ କରି ୟୁପି ନିର୍ବାଚନ ସମ୍ପର୍କରେ ପ୍ରିୟଙ୍କା ଦଳୀୟ ରଣନୀତି ସମ୍ପର୍କରେ ସୂଚନା ଦେଇଛନ୍ତି।

କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ଆସନ୍ତା ଉତ୍ତରପ୍ରଦେଶ ନିର୍ବାଚନରେ ​​ଦଳ ମହିଳାମାନଙ୍କୁ ୪୦% ଟିକେଟ୍ (ପ୍ରାର୍ଥୀ) ଦେବୁ। ଏହି ନିଷ୍ପତ୍ତି ସେହି ସମସ୍ତ ମହିଳାଙ୍କ ପାଇଁ ଯେଉଁମାନେ ଉତ୍ତର ପ୍ରଦେଶରେ ପରିବର୍ତ୍ତନ ଚାହୁଁଛନ୍ତି ଏବଂ ରାଜ୍ୟର ବିକାଶ ଚାହୁଁଛନ୍ତି। ସେ କହିଛନ୍ତି ଯେ ମହିଳାମାନଙ୍କ ରାଜନୀତିରେ ପୂର୍ଣ୍ଣ ଅଂଶଗ୍ରହଣ ହେବ‌ ବୋଲି ‌‌ପ୍ରିୟଙ୍କା‌ କହିଛନ୍ତି ।

Related Posts