ଝାଡ଼ିଦେଲେ ଦିଦି, ପୌର ନିର୍ବାଚନରେ ୧୦୮ରୁ ତୃଣମୂଳ ଜିତିଲା ୧୦୨

ମ୍ୟୁନିସିପାଲଟି ନିର୍ବାଚନରେ ତୃଣମୂଳ କଂଗ୍ରେସକୁ ମିଳିଛି ବଡ଼ ସଫଳତା । ଦିଦିଙ୍କ ଆଗରେ ଚେତା ଶୂନ୍ୟ ହୋଇପଡିଛି ବିଜେପି। ପଶ୍ଚିମବଙ୍ଗରେ ୧୦୮ଟି ଆସନରୁ ୧୦୨ଟିରେ ବିଜୟ ହାସଲ କରିଛି। ବିଧାନସଭା ନିର୍ବାଚନରେ ପ୍ରଥମ ଥର ୭୭ ଆସନ ଜିତିଥିବା ବିଜେପି ଖାତା ମଧ୍ୟ ଖୋଲି ପାରି ନାହିଁ।

ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ଶୁଭେନ୍ଦୁ ଅଧିକାରୀ ନିଜ ଗଡକୁ ମଧ୍ୟ ବଞ୍ଚାଇ ପାରି ନାହାନ୍ତି। ନନ୍ଦିଗ୍ରାମ ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହରାଇଥିବା ଶୁଭେନ୍ଦୁ ଅଧିକାରୀ ନିଜର କାଣ୍ଠି ନଗର ପାଳିକାରେ ବିଜେପିକୁ ଜିତାଇ ପାରି ନାହାନ୍ତି। ସେ କାଣ୍ଠିନଗର ହେଉ କି ଦଶନ୍ଧି ଦଶନ୍ଧି ଧରି ଦବଦରା ରଖିଆସୁଥିବା ମୁର୍ଶିଦାବାଦରେ ବେହରାମପୁର ନଗର ପାଳିକାରେ ଅଧିକାରୀ ବିଜେପିକୁ ପରାଜୟରୁ ବଞ୍ଚାଇ ପାରି ନାହାନ୍ତି।

ନିର୍ବାଚନରେ ବିଜେପିର ଭୋଟ୍ ପ୍ରତିଶତ ଖସୁଥିବା ଦେଖିବାକୁ ମିଳିଛି। ୨୦୨୧ ନିର୍ବାଚନରେ ଦଳକୁ ୩୮ ପ୍ରତିଶତ ଭୋଟ୍ ମିଳିଥିଲା। ବାମ ଏବଂ କଂଗ୍ରେସ ୨୦୨୧ ବିଧାନସଭା ନିର୍ବାଚନ ତୂଳନାରେ କିଛିଟା ଭଲ ପ୍ରଦର୍ଶନ କରିଛନ୍ତି। ବିଜେପି ୨୦୧୬ରେ ମୁଖ୍ୟ ବିରୋଧୀ ଦଳ ଭାବେ ସାମ୍ନାକୁ ଆସିଥିଲା।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ମ୍ୟୁନିସିପାଲଟି ନିର୍ବାଚନରେ ଦଳର ବିପୁଳ ବିଜୟ ପରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ବିଜୟୀ ପ୍ରାର୍ଥୀ ଏବଂ ସମର୍ଥକଙ୍କୁ ବିନମ୍ରତାର ସହ କାମ କରିବାକୁ କହିଛନ୍ତି।

Related Posts