
ବିଜେପୁର : ଉପନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ବିଜେପୁର ରଣକ୍ଷେତ୍ର। ଏଥିପାଇଁ ରାଜନୈତିକ ଦଳମାନେ ରଣନୀତି ପ୍ରସ୍ତୁତ କରୁଛନ୍ତି। ବିଜେପି, ବିଜେଡି ଓ କଂଗ୍ରେସ ନିର୍ବାଚନରେ ବିଜୟୀ ହୋଇ ନିଜର ଦବଦବା ଜାହିର କରିବାକୁ ଚାହୁଁଛନ୍ତି। ତେବେ ଆଜି ବିଜେପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ। ଏହି ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଦିଲୀପ ପଣ୍ଡା ଓ ବିଜେଡି ପ୍ରାର୍ଥୀ ରୀତା ସାହୁ ନାମାଙ୍କନ ଦାଖଲ କରିଛନ୍ତି। ରିଟର୍ଣ୍ଣଂ ଅଫିସର ପଦ୍ମପୁର ଉପଜିଲ୍ଲାପାଳଙ୍କ ନିକଟରେ ସେମାନେ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି।

ଅକ୍ଟୋବର ୨୧ ଉପନିର୍ବାଚନ ପାଇଁ ବିଜେପୁର ରଣକ୍ଷେତ୍ର ସଜବାଜ ହେଲାଣି। ଏହି ଆସନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ। ଏହି ମଧ୍ୟରେ ଆଜି କଂଗ୍ରେସରୁ ଦିଲୀପ ପଣ୍ଡା ଓ ବିଜେଡିରୁ ରୀତା ସାହୁ ରିଟର୍ଣ୍ଣଂ ଅଫିସର ପଦ୍ମପୁର ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି। ପ୍ରଥମେ ଦିଲୀପ ପଣ୍ଡା ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହାପରେ ନାନା ପଟୁଆର ଧରି ରୀତା ସାହୁ କାର୍ଯ୍ୟାଳୟରେ ପହଁଚିଥିଲେ। ଦିଲୀପଙ୍କ ପରେ ରୀତା ସାହୁ ନାମାଙ୍କନ ପତ୍ର ଦାଖଲ କରିଥିଲେ। କିନ୍ତୁ ବିଜେପିରୁ ସନତ ଗଡତିଆ ଏଯାଏଁ ନାମାଙ୍କନ ଦାଖଲ କରି ନାହାଁନ୍ତି।
