କଶ୍ମୀରରୁ ବିସ୍ଥାପିତ ପଣ୍ଡିତଙ୍କ ପିଲାଙ୍କୁ ମିଳିବ ମାଗଣା ଶିକ୍ଷା

ନୂଆଦିଲ୍ଲୀ:କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାର ଏକ ଶିକ୍ଷାନୁଷ୍ଠାନ କଶ୍ମୀରରୁ ବିସ୍ଥାପିତ ପଣ୍ଡିତଙ୍କ ପିଲାଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ପିଲାମାନଙ୍କୁ ମାଗଣାରେ ଶିକ୍ଷା ଦେବାକୁ ଘୋଷଣା କରିଛନ୍ତି । ନିଜର ମୂଳ ସ୍ଥାନରୁ ବିସ୍ଥାପିତ ହୋଇ ଦେଶର ଅନ୍ୟ ସ୍ଥାନରେ ଆଶ୍ରୟ ନେଇଥିବା କଶ୍ମୀର ପଣ୍ଡିତଙ୍କ ପିଲାଙ୍କୁ ମାଗଣାରେ ଶିକ୍ଷା ଦିଆଯିବ। ଦକ୍ଷିଣ କନ୍ନଡ ଜିଲ୍ଲାର ଅମ୍ୱିକା ମହାବିଦ୍ୟାଳୟ ଏହି ପ୍ରସ୍ତାବ ଦେଇଛି। ସଂସ୍ଥାର ମୁଖ୍ୟ ସୁବ୍ରମଣ୍ୟ ନଟ୍ଟୋଜ ଏହି ଘୋଷଣା କରିଛନ୍ତି।

ଏହାସହ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ ସୁବ୍ରମଣ୍ୟ କହିଛନ୍ତି, ଦ କଶ୍ମୀର ଫାଇଲ୍ସ ଫିଲ୍ମ ଦେଖିବା ପରେ ସେ କଶ୍ମୀର ପଣ୍ଡିତଙ୍କ ଦୁର୍ଦ୍ଦଶାରେ ଦୁଃଖି ଅଛନ୍ତି। ନଟ୍ଟୋଜ ଜମ୍ମୁ କଶ୍ମୀର ଗସ୍ତ କରି ସ୍ଥିତିର ଅଧ୍ୟୟନ କରିବା ପରେ ସମସ୍ତ ବିସ୍ଥାପିତ କଶ୍ମୀର ପଣ୍ଡିତଙ୍କ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

କଶ୍ମୀର ପଣ୍ଡିତଙ୍କ ଛାତ୍ରଙ୍କୁ ଷଷ୍ଠ ଶ୍ରେଣୀରୁ ସ୍ନାତକ ପର୍ଯ୍ୟନ୍ତ ମାଗଣାରେ ଶିକ୍ଷା ଦେବାକୁ ଯୋଜନା କରିଛନ୍ତି। ଏହାସହ ଛାତ୍ରଛାତ୍ରୀଙ୍କୁ ମାଗଣା ହଷ୍ଟେଲ ସବୁଧା ଯୋଗଇବାକୁ ଘୋଷଣା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୪ ଜଣ କଶ୍ମୀର ପଣ୍ଡିତଙ୍କ ପିଲା ସଂସ୍ଥାରେ ନାମ ଲେଖାଇ ସାରିଛନ୍ତି।

Related Posts