କରୋନାକୁ ନେଇ କଡା ହେଲା କଟକଣା: ୟୁପିର ଗୌତମ ବୁଦ୍ଧ ନଗରରେ ଲାଗିଲା ୧୪୪ ଧାରା

ଲକ୍ଷ୍ନୌ: ଦେଶରେ କରୋନା ସଂକ୍ରମଣ ହାର ପୁଣି ଥରେ ମୁଣ୍ଡ ଟେକିଥିବା ବେଳେ, ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ପୁଣି ଥରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି | କଡ଼ା କଟକଣା ଲାଗୁ କରିଛନ୍ତି | ୟୁପିର ଗୌତମ ବୁଦ୍ଧ ନଗରରେ ୧୪୪ ଧାରା ଲାଗୁ କରାଯାଇଚି। ଏହି ଧାରା ୩୧ ମେ’ ପର୍ଯ୍ୟନ୍ତ ଲାଗୁ କରାଯାଇଛି । ଏହା ବ୍ୟତୀତ ଗୌତମ ବୁଦ୍ଧ ନଗର କମିଶନରେଟ ପକ୍ଷରୁ ସାର୍ବଜନିକ ସ୍ଥାନରେ ମାସ୍କ ବ୍ୟବହାର ବାଧ୍ୟତା ମୂଳକ କରାଯାଇଛି । ସେହିପରି ଉଚ୍ଚ ଅଧିକାରୀଙ୍କ ବିନା ଅନୁମତିରେ କୌଣସି ବିରୋଧ ପ୍ରଦର୍ଶନ କିମ୍ବା ଆନ୍ଦୋଳନ କରିବାକୁ ଅନୁମତି ଦିଆଯାଇ ନାହିଁ।

ସର୍ବସାଧାରଣ ସ୍ଥାନରେ ପୂଜାପାଠ ଓ ନମାଜ ପାଠ କରାଯାଇ ପାରିବ ନାହିଁ। କୋଭିଡ୍‌ ପ୍ରୋଟୋକଲ ଅନୁଯାୟୀ, ମାସ୍କ, ସାମାଜିକ ଦୂରତା ବଜାୟ ରଖିବାକୁ ବାଧ୍ୟତା ମୂଳକ କରାଯାଇଛି। ଗୌତମ ବୁଦ୍ଧ ନଗରରେ ମାସ୍କ ବ୍ୟବହାର କରିନଥିବା ପାଖାପାଖି ୧୦୦୦ ଲୋକଙ୍କୁ ଫାଇନ କରାଯାଇଛି।

ଜିଲ୍ଲାପାଳଙ୍କୁ କଣ୍ଟିନଜେନ୍ସି ପ୍ଲାନ କରିବାକୁ ପରାମର୍ଶ ଦିଆଯାଇଛି। ଯେଉଁ ଅଞ୍ଚଳରେ ବଢ଼ିବ, ତାକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଯଦି ଅଧିକ ବଢ଼ିବ, ରାଜ୍ୟସ୍ତରରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ କୋଭିଡ ନିୟମ ତଥା ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ମାନିବାକୁ ଅନୁରୋଧ କରାଯାଇଛି।

Related Posts