ଦେଶରେ ତଳ ଓ ଉପର ହେଉଛି କରୋନାର ଦୈନିକ ସଂକ୍ରମିତ ଙ୍କ ସଂଖ୍ୟା। ଏବେ ଦେଶରେ ସଂକ୍ରମିତ ଙ୍କ ସଂଖ୍ୟା ନିୟନ୍ତ୍ରକ କୁ ଆସୁଥିବା ବେଳେ ଗତକାଲି(ମଙ୍ଗଳବାର) ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ତଳେ ରହିଥିବାବେଳେ ଆଜି ସାମାନ୍ୟ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 4,575 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ 7,416 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଆଜିର ନୂତନ ସଂକ୍ରମଣକୁ ମିଶାଇ ଭାରତରେ ମୋଟ 46,962ଟି ସକ୍ରିୟ ମାମଲା ରହିଛି । ବର୍ତ୍ତମାନ ଦେଶରେ ଦୈନିକ ପଜିଟିଭ ହାର 0.51 ପ୍ରତିଶତରେ ପହଞ୍ଚିଛି । ଏଯାବତ୍ ଦେଶରେ ମୋଟ 4,24,13,566 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି ମୋଟ 5,15,355 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ରହିଛି । ଦେଶବ୍ୟାପୀ ଏଯାବତ୍ 1,79,33,99,555 କୋଟି ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ 18,69,103 କୋଟି ଡୋଜ୍ ନେଇଛନ୍ତି ଲୋକେ।